କେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେ
ଉଚ୍ଚାରଣ: Ke
কে कौन কে कौ केळिये

ଦେ. ସର୍ବନାମ. (ସଂ. କିମ୍) —

୧: କେଉଁ ବ୍ୟକ୍ତି? କିଏ ? —୧. Who?

କେ ତୁ ମୋହନ—କବିସୂର୍ଯ୍ୟ. ସଙ୍ଗୀତ

୨: ଜଣେ କେହି —୨. Any one; someone.

୩: ଆଉ ଜଣେ —୩. Another.

୪: ଜଣକ —୪. The one.

୫: ଆର ଜଣକ —୫. The other.

କେ କରଇ ଲୋକ ପ୍ରାଣ ନାଶ କେ କରଇ ମଧୁ ଏକା ଗ୍ରାସ ଦୀନକୃଷ୍ଣ. ରସକଲ୍ଲୋଳ

ବିଣ —

୧: କେଉଁ —୧. Some.

ସରସ୍ବତୀ ତୀରେ ଉଭା କେ ମହାପୁରୁଷ

୨: କୌଣସି —୨. Certain.

ଦେ. ଅ —

୧: (ଗଣିତ) ଗୁଣିତକ ଏକ — ୧. (mathematics) Into one; multiplied by one.

(ଯଥା—ଦଶକେ ଦଶପଣ—ପଣିକିଆ)

୨: ପ୍ରତ୍ଯେକରେ —୨. In each.

ଘରକେ ଥରେ (ଖାଇବ) ଗାଆଁକେ ରାତିଏ (ରହିବ)—କୁମ୍ଭାପଟୁଆଙ୍କ ବଚନ

୩: ପ୍ରକାରରେ; ରୂପେ; ଅବସ୍ଥାରେ; ଅମୁକ ବିଷୟ ହେଲାରୁ — ୩. In the manner of; in the state of.

(ଯଥା—ମୁଁ ତୋତେ କେତେକେ ଛାଡ଼ୁଛି; ଏତେକେ କଅଣ ସବୁ କାମ ସରି ୟାଉଛି କି?)

୪: କୁ; ପ୍ରତି; ପିଛା —୪. To for.

ହାତୀ ଗୋଟି ଗୋଟିକେ ଦଶ ଆଠ ଶର ଗଣି ଗଣି ବିନ୍ଧିଲେ ଦ୍ରୁପଦକୁମର କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

ପ୍ରାଦେ. (ମେଦିନୀପୁର) ଅ —

ପାଇଁ; ନିମନ୍ତେ — For; with the object of.

(ଯଥା—ସେ ପାନିକେ ଯାଇଛି)