Jump to content

କେତକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେତକୀ
ଉଚ୍ଚାରଣ: Ketakī
ସଂ.ପର୍ୟାୟ—ସ୍ବର୍ଣକେତକୀ, ଶିବଦ୍ବିଷ୍ଟୀ, କନକପ୍ରସବ, ନୃପପ୍ରିୟା, କେତକ,ସୂଚିକା ପୁଷ୍ପ, ଜମ୍ବୁକ ,ନୃକଚଚ୍ଛଦ, ସିତକେତକୀ, ଧୂଳିପୁଷ୍ପିକା, ସ୍ଥିରଗନ୍ଧା, ହଳୀନ, ଜମ୍ବୁଳ, ତୀକ୍ଷ୍ଣପୂଷ୍ପା, ବିଫଳା, ମେଧ୍ୟା, ଇନ୍ଦୁ କଳିକା, ଦୀର୍ଘପତ୍ର, କଣ୍ଟକଦଳ কেয়া सुबरारा केतकी

ସଂ. ବି. (କେତକି+ସ୍ତ୍ରୀ. ଇ) —

୧: ଉତ୍କୃଷ୍ଟ ହଳଦିଆ କିଆ ଜାତୀୟ ଗଛ ଓ ତହିଁର ଫୁଲ —The yellow flowered variety of Screw- pine tree and its flower; pandanus Odortissimus; Pandanus Asiculatus.

ଦେ. ବି —

ସାନ କେତକୀପାଖୁଡା ଆକାରରେ ମସ୍ତକର ସୂନାର ଅଳଙ୍କାରବିଶେଷ;ଏହା ସ୍ତ୍ରୀମାନଙ୍କ କପାଳ ଉପରେ କେଶରେ ସଂଯୁକ୍ତ କରାଯାଏ ଓ ତହିଁ ଅଗରେ ଗୋଟିଏ ଛୋଟ ପାନପତ୍ର ଆକାରର ପତ୍ର ଯୁକ୍ତ ଥାଏ —A kind of orrnament worn on the brow.