Jump to content

କୋଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଟି
ଉଚ୍ଚାରଣ: Koṭi

ସଂ. ବି. (କୁଟ ଧାତୁ=ବକ୍ର ହେବା; ଛେଦନ କରିବା+ କର୍ତ୍ତୃ. ଇ.) —

୧: ମୁନିଆଁ ଅଗ — ୧. The pointed end.

୨: ଖଡ଼୍ଗାଦିର ଅଗ୍ରଭାବ ବା ମୁନ — ୨. The point of sword.

୩: ଖଡ଼ଗାଦିର ଦାଢ଼ ବା ଧାର — ୩. The edge of a sword.

୪: ଧନୁଷ୍କୋଟି; ଧନୁର ବକ୍ରାଗ୍ରଭାବ —୪. The curved extremity of a bow.

୫: ଅସମ୍ପୂର୍ଣ୍ଣ ଚନ୍ଦ୍ରଙ୍କର ଶେଷ କୋଣ —୫. Digits or horns of the crescent (moon).

୬: ପରାକାଷ୍ଠା —୬. Climax; hightst point; pitch.

୭: (+ ଭାବ.ଇ) ଶହେ ଲକ୍ଷ — ୭. Ten million in number.

୮: ଜଟିଳ ସମସ୍ୟାର ବା ବିବାଦର ଦୁଇ ପକ୍ଷରୁ ଏକ ପକ୍ଷ — ୮. Horns of a dilemma; one of the two sides or partise of a question of dispute.

୯: ଉତ୍କର୍ଷ —୯. Excellence.

୧: ସମକୋଣୀ ତ୍ରିଭୁଜର ଭୂମି ଓ କର୍ଣ୍ଣ ରେଖା ଭିନ୍ନ ଅନ୍ୟ ରେଖା —୧୦. The arm or perpendicular side of a rightangled triangle.

୧୧: ପକ୍ଷାନ୍ତର; ଉପାୟାନ୍ତର —୧୧. An alternative.

୧୨: ଦ୍ଯୁତକ୍ରୀଡ଼ାରେ ବନ୍ଧାଯିବା ହୁଡ଼ ବା ବାଜି — ୧୨. A wager.

୧୩: ଅଙ୍ଗୀକାର —୧୩. Promise.

୧୪: ପ୍ରତିଜ୍ଞା —୧୪. Determination; resolution.

୧୫: (ମନୁଷ୍ୟ ବା ପ୍ରାଣୀ ଆଦିଙ୍କ) ଶ୍ରେଣୀ — ୧୫. A class (of animals or men).

୧୬: ବିଭାଗ —୧୫. Department.

୧୭: ରାଜ୍ୟ —୧୭. kingdom.

୧୮: (ଗଣିତ) ୯: ଡ଼ିଗ୍ରୀ ବା ସମକୋଣର ପୂର୍ଣ୍ଣ ବ୍ୟାପକ ବୃତ୍ତାଂଶ ପୂରିବାକୁ ଯେଉଁ ବୃତ୍ତାଂଶ ବାକି ଥାଏ;୯: ଡ଼ିଗ୍ରୀ ବ୍ୟାପୀ ଚାପର ଦୁଇ ଭାଗରୁ ଏକ ଭାଗ — ୧୮. (Mathematics) The complement of an arc ୯୦ degree.

[ଦ୍ର—ସମକୋଣରୁ ବ୍ୟାପିଥିବା ୯: ଡ଼ିଗ୍ରୀର ବୃତ୍ତାଂଶ ଗୋଟିଏ ବିନ୍ଦୁଦ୍ବାର ଦୁଇ ଭାଗରେ ବଡ଼ ସାନ ହୋଇ ବିଭକ୍ତ ହେଲେ ଉକ୍ତ ବୃତ୍ତାଂଶର ପ୍ରଥମ ଭାଗ ଦ୍ବିତୀୟ ଭାଗର କୋଟି ଓ ଦ୍ବିତୀୟ ଭାଗ ପ୍ରଥମ ଭାଗର କୋଟି ଅଟେ]

୧୯: ରାଶିଚକ୍ରର ତୃତୀୟ ଅଂଶ (ହି. ଶବ୍ଦସାଗର) — ୧୯. The third part of a zodiacal circle.

୨: ସମକୋଣ ଉତ୍ଥାପନ କରିଥିବା ଲମ୍ବ — ୨୦. The perpendicular which forms a right-angle on a base.

୨୧: ଔଷଧ ଗୁଳ୍ମ ବିଶେଷ — ୨୧. Medicago Esculenta (M.W.)

୨୨: ପଶୁପକ୍ଷୀଙ୍କ ନଖର ବକ୍ର ଅଗ୍ରଭାଗ — ୨୨. The curved emd of claws (M.W.)

ଦେ. ବି. —

୧: ସାମାଜିକ ମୂଲ୍ୟ ବା ଅବସ୍ଥାର ସମକକ୍ଷତା — ୧. Equality in social position.

(ଯଥା—ମୋ ପୁତୁରା ଆମ କୋଟିରେ ବିବାହ ନ କରିବାରୁ ମୁଁ ତା ବିବାହରେ ଯୋଗ ଦେଲି ନାହିଁ)

୨: ସମ ଶ୍ରେଣୀ —୨. Equal class.

(ଯଥା— ରଥେ ଆପଣେ ଆମ କୋଟିର ବ୍ରାହ୍ମଣ)

ସଂ. ବିଣ. —

୧: କୋଟିଏ ସଂଖ୍ୟକ; ଶହେ ଲକ୍ଷ — ୧. Numbering ten millions.

୨: ଅସଂଖ୍ୟ —୨. Countless; innumerable.

କି ମୋହନ ଲୀଳା ଧରି କୋଟି କଳାକାର ଶିରୀ ପୂରିଛି ସେ ଶ୍ୟାମ ପୀରତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ