Jump to content

କୋଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଠା
ଉଚ୍ଚାରଣ: Koṭhā
কোঠা कोठा

ଦେ. (ସଂ. କୋଷ୍ଠକ) —

୧: ଅଟ୍ଟାଳିକା; ପକ୍କାଘର; ପଥର, ଇଟା ଓ ଚୂନ ଆଦିରେ ନିର୍ମିତ ଛାତ ଥିବା ଘର — ୧. Pucca building.

୨: ବଖରା; ପକ୍କାଘରର ପ୍ରକୋଷ୍ଠ — ୨. Room or compartnment of a pucca building.

୩: (ସଂ. କୋଷ୍ଠ) ଉଦର ମଧ୍ୟ; ପେଟ — ୩. Abdomen.

୪: ଚିତ୍ରିତ ହୋଇଥିବା କ୍ଷୁଦ୍ର କ୍ଷୁଦ୍ର ଚତୁଷ୍କୋଣ କ୍ଷେତ୍ର; ଘରା — ୪. Small squares drawn on paper or other substance.

୫: ପଶା ଆଦିର ପାଲି — ୫. The squares of chess or dice board.

୬: ସ୍ଥାନ; ଜାଗା —୬. Place.

ବ୍ୟାଘ୍ର ଛେଳି ହୋଇ ଏକ କୋଠାରେଁ ରକ୍ଷିବେ— ପ୍ରାଚୀ. ବ୍ରହ୍ମନିରୂପଣଗୀତା

୭: ଘରର ଚଟାଣ —୭. Floor of a room.

ଲିପା ଯୋଗ କରି କେହୁ କୋଠା ଖଲକୁଛି— ପ୍ରାଚୀ, ବ୍ରହ୍ମନିରୂପଣଗୀତା