Jump to content

କ୍ଷେପିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପିବା
ଉଚ୍ଚାରଣ: Kshepibā
খেপা खेपना

ଦେ. କ୍ରି. (ସଂ. କ୍ଷିପ ଧାତୁ) —

୧: କ୍ଷେପଣ କରିବା; ନିକ୍ଷେପ କରିବା; ଫିଙ୍ଗିବା; ଫୋପାଡ଼ିବା —୧. To throw; to hurl down; to ejaculate.

କ୍ଷେପିଲେ କୁସୁମ ଅବନୀ କେଶେ—ରାଧାନାଥ

୨: ଡ଼ିଆଁମାରିବା; କୁଦାମାରିବା — ୨. To jump or spring up.

ପାଦ ଅଗ୍ରେ ଚାଲଇ କ୍ଷେପିଣ—ପ୍ରାଚୀ. ପରଚେଗୀତା

୩: ଡ଼ିଆଁମାରି ଅତିକ୍ରମ କରିବା — ୩. To pass or cover a distance by jumping over it or by making big jumps.

ଏହା ଶୁଣି ହନୂ ଆକାଶେ କ୍ଷେପିଗଲେ—କୃଷ୍ଣସିଂହ. ମହାଭାରତ. ବନ

୪: ନଡ଼ିଆ ଗଛ ଆଦିରେ ଖେପା ସାହାର୍ୟ୍ୟରେ ଚଢ଼ିବା — ୪. To climb straight trees with the help of a noose attached to the two legs.

୫: ଖଣ୍ଟଣି ଦ୍ବାରା ଉଚ୍ଚ ଆମ୍ବଗଛରୁ ଆମ୍ବ ପାରିବା — ୫. To pluck mangoes from a high tree with the help of a net basket attached to a long pole.

୬: ଅତି ଜୋର୍ରେ ଦଉଡ଼ିବା — ୬. To run very swiftly on all fours.

୭: ଉଦରକୁ ଖାଦ୍ୟାଦି ଶୀଘ୍ର ଶୀଘ୍ର ନିକ୍ଷେପ କରିବା — ୭. To eat voraciously and quickly every thing placed before one.

୮: ଶୂନ୍ୟକୁ ଉହୁଙ୍କିବା; ଆକାଶକୁ, ଶୂନ୍ୟକୁ ବା ଉପରକୁ ଲମ୍ଫ ଦେବା ବା ଉଠିବା — ୮. To rise up in the air; to surge up.