ଖଇର

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

ଖଇର
ଉଚ୍ଚାରଣ: Khair
ସଂ ଖଦିର; ଗାୟତ୍ରୀ, କଣ୍ଟାକୀ, ବାଳପତ୍ର, ବହୁଶଲ୍ୟ, ରକ୍ତସାର, ଦନ୍ତଧାବନ, ଦନ୍ତ— ଧାପନ; କୁଷ୍ଠାରି, ୟଜ୍ଞିୟ कथ; कथा; खौर খএর্; খয়র্ ମ. ଖୈର ତେ. ଚଣ୍ଡଚେଟ୍ଟୂ ଗୁ. ଖେରିଯୋ

ଦେ. ବି (ସଂ. ଖଦିର) —

୧: ବବୁର ଜାତୀୟ ଏକ ପ୍ରକାର ଗଛ ଓ ତହିଁରୁ ବାହାରିବା ନିର୍ୟ୍ୟାସ — ୧. Catechu; a gum extracted from Acacia Donaldi (Haines).

[ଦ୍ର—ଏହା ସାଧାରଣତଃ କଳା ଏହାକୁ ପାନରେ ଚୂନ ସଙ୍ଗେ ଲଗାଇ ଖାଆନ୍ତି; ଏହା ଏ ଦେଶରେ ଜନ୍ମେ ଏ ଗଛ କଣ୍ଟାଳିଆ ଓ ଏଥିରେ ଫଳ ଧରେ ନାହିଁ]

୨: ଆଉ ଏକଜାତୀୟ ଫକ୍କା ଖଇର (ଏହା ମାଲକ୍କା, ରେଙ୍ଗୁନ ଆଦି ସ୍ଥାନରୁ ଆସେ ଏ ଖଇରକୁ ପାକଡ଼ା ଖଇର (ବଂ. ପାପଡ଼ୀ ଖୟର) କହନ୍ତି ଏହାର ବର୍ଣ୍ଣ ପାଣ୍ଡୁର ଏହାକୁ ମଧ୍ୟ ପାନ ସଙ୍ଗେ ଖାଆନ୍ତି ଏ ଖଇର ଆଚ୍ଛୁ— ଜାତୀୟ ଗୁଳ୍ମରୁ ଜାତ ହୁଏ ଓ ଚାରିକୋଣିଆ ଛୋଟ ଛୋଟ ଟେକା ଆକାରରେ ବିକ୍ରି ହୁଏ) — ୨. Pale catechu produced from Uncaria Gambier tree.

[ଦ୍ର—ଖଇରକୁ ଘୋରି ମାଇପେ କପାଳରେଲ ଟୋପି ଘେନନ୍ତି ଖଇର ପାଣି ଊଷୁମ କରି ଘାଆରୁ ଦୁର୍ଗନ୍ଧ ଛାଡ଼େ ଓ ଘାଆ ଚଞ୍ଚଳ ଶୁଖିଯାଏ ଘାଆରେ ଖଇର ଚୂନା ପକାଇଲେ ଘାଆ ଚଞ୍ଚଳ ଶୁଖେ ଓ ଖଇରକୁ ଚୂନା କରି କାଦୁଆ କରି କିଆ ଓ କେତକୀ ପାଖୁଡ଼ାରେ ଭରି ଶୁଖାଇଲେ ସୁବାସ ଖଇର ହୁଏ ଏପରି ଖଇରକୁ କିଆ ଖଇର ବା କେତକୀ ଖଇର କହନ୍ତି ଖଇର ମଧ୍ୟ ଔଷଧରେ ଲାଗେ—ପାନରେ ଖଇର ଥିବାରୁ ପାଟି ଓ ଦାନ୍ତ ଲାଲ ହୁଏ; ବୈଦଶାସ୍ତ୍ରମତରେ ଏହା ଶୀତବୀର୍ୟ୍ୟ, ଦନ୍ତର ହିତକର ଓ ତିକ୍ତକଷାରସ ଏହା କଣ୍ଡ, କାଶ, ଅରୁଚି, ମେଦୋଦୋଷ, କ୍ରିମି, ପ୍ରମେହ, ଜ୍ବର, ବ୍ରଣ, ଶ୍ବିତ୍ର, ଶୋଥ, ଆମଦୋଷ, ପିତ୍ତ, ରକ୍ତ— ଦୋଷ, ପାଣ୍ଡୁ, କୁଷ୍ଠ, କଫ,ଅଗ୍ନିମାନ୍ଦ୍ୟ, ଅତିସାର ଓ ପ୍ରଦରନାଶକ]