ଖଞ୍ଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଞ୍ଜା
ଉଚ୍ଚାରଣ: Khan̄jā
বাকুলি खँगन, बाखल

ସଂ. ବି —

କର୍ଣ୍ଣାର୍ଦ୍ଧସମ ବୃତ୍ତ ମଧ୍ୟରୁ ଏକତମ ବୃତ୍ତ (ହି.ଶବ୍ଦସାଗର) Name of metre

ଦେ. ବି. —

୧: ଚତୁର୍ଦ୍ଦିଗରେ ଗୃହ ବା ପ୍ରାଚୀର ବେଷ୍ଟିତ ସ୍ଥାନ; ଅଗଣା; ପ୍ରାଙ୍ଗଣ; ଅଙ୍ଗନ — ୧. Country-yard; an open space surrounded by house oe walls on all sides.

୨: ନିଯୁକ୍ତି —୨. Engagement.

୩: ନିୟମିତ ବନ୍ଦୋବସ୍ତ — ୩. Regular arrangment; arrangement of regular supply of a thing or service.

୪: ଉତ୍ସର୍ଗ; ସେବା ଆଦିରେ ଖଞ୍ଜିବା — ୪. Endowment; dedication.

୫: ଯୋଡ଼ା; ସଂଯୋଗ; ଦୁଇ ବସ୍ତୁର ଏକତ୍ର ସଂଲଗ ହୋଇଥିବା ସ୍ଥାନ — ୫. Joint; place where two things are attached to each other.

କିଛି ଦୂର ପରିୟନ୍ତେ ଖଞ୍ଜାରୁ ଛାଡ଼ଇ ନିଃଶ୍ବାସ ଶୋଷନ୍ତେ ଚାଳ ବାହୁଡ଼ି ବସଇ ସାରଳା. ମହାଭାରତ

୬: ନିୟମିତ ରୂପେ ଉତ୍ସର୍ଗୀକୃତ ବସ୍ତୁର ପରିମାଣ ବା ମୂଲ୍ୟ — ୬. Value; amount or quantity of things endowed.

୭: ଦୁଇ ହାଡ଼କୁ ଯୋଡ଼ିଥିବା ଗଣ୍ଠି ଦୁଇ ଖଣ୍ଡ ହାଡ଼ର ଯୋଡ଼ ମୁଣ୍ଡ —୭. Bone-joint

ଦେ. ବିଣ —

୧: ସଜ୍ଜିତ ହୋଇଥିବା —୧. Equipped

୨: ଘେନାଯାଇଥିବା —୨. Worn (as ornament)

ଝଣ ଝଣ ହୁଏ ଏ ଖଞ୍ଜା ପାହୁଡ଼ ଚରଣେ ଭଞ୍ଜ. ଲାବଣ୍ୟବତୀ

୩: ଯୋଡ଼ା ହେଇଥିବା —୩. Joined together.

୪: ନିୟମିତ ରୂପେ ବନ୍ଦୋବସ୍ତ କରାଯାଇଥିବା — ୪. Regularly settled; Prearranged; arranged to be regularly supplied.

ମୋ ନୀତି ଖଞ୍ଜା ତାମ୍ବୁଳ ପଦ୍ମ ଦଳ ଶୟ୍ୟାକୁ ଗଲି ତହିଁ ପାଇଁ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

୫: ସେବାରେ ନିଯୁକ୍ତ — ୫. Engaged in service.

୬: ଖଇରାତି ବା ଦେବ ସେବା ପାଇଁ ଉତ୍ସର୍ଗୀକୃତ — ୬. Dedicated; endowed (for religious and charitable purposes)