ଖଣ୍ଡାଏତ

ଉଇକିଅଭିଧାନ‌ରୁ

ଖଣ୍ଡାଏତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ ବିଶେଷ —[ସମ୍ପାଦନା]

୧: ଓଡ଼ିଶାର କ୍ଷତ୍ରିୟ ଜାତିବିଶେଷ — ୧. A Kshatria caste in Orissa । ଓଡ଼ିଶାର ପ୍ରାଚୀନ କ୍ଷତ୍ରିୟ ଜାତି । ବିଭିନ୍ନ କ୍ଷତ୍ରିୟ ବଂଶ ର ସମାହାର ରୁ ଏ ଜାତିର ସୃଷ୍ଟି । ଖଣ୍ଡ ତଥା ଭୂମି ଏବଂ ଖଣ୍ଡା କୁ ଆୟତ୍ତ କରୁଥିବା ଭୂପତି ଏବଂ ରାଜା ମାନଙ୍କୁ ଖଣ୍ଡାଏତ କୁହାଯାଉଥିଲା ଯାହା ଆଇନ -ଏ - ଆକବରୀ , ମାଦଳାପାଞ୍ଜି ଏବଂ ଶ୍ରୀ ଜଗନ୍ନାଥ ସ୍ଥଳବୃତ୍ତନମ ରେ ମଧ୍ୟ ଉଲ୍ଲେଖ ଅଛି । ଏହା ଖଣ୍ଡପାଳ ତଥା ଖଣ୍ଡପତି ର ପ୍ରତିଶବ୍ଦ ଯାହା ଅନେକ ପ୍ରାଚୀନ ଶିଳାଲେଖ ରେ ଉଲ୍ଲେଖ। ଖଣ୍ଡାଏତ ମାନଙ୍କ ମଧ୍ୟରୁ ରାଜା ହେଉଥିବା କାରଣରୁ ଏବଂ ନିଜେ ଯୋଦ୍ଧା ଥିବା କାରଣରୁ ସେମାନେ ନିଷ୍କର ଖଣ୍ଡାଏତ ଜାଗିରି ଉପଭୋଗ କରୁଥିଲେ ।
୨: ବିଶୋଇ (ଦେଖ) — ୨. Biṡoi (See)
୩: ପ୍ରାଚୀନ ଉତ୍କଳରେ କ୍ଷୁଦ୍ର କ୍ଷୁଦ୍ର ଭୂଖଣ୍ଡର ରାଜା — ୩. Chiefs ruling over small tracts of country in ancient Odisha.

[ଦ୍ରଷ୍ଟବ୍ୟ:ଓଡ଼ିଶାର ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ — ଫକୀରମୋହନ, ଛମାଣଆଠଗୁଣ୍ଡ]