ଖପୁରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖପୁରି
ଉଚ୍ଚାରଣ: Khapuri
খুলী; খপ্রা खोपडी

ଦେ. ବି. (ସଂ. ଖର୍ପରୀ) —

୧: ମନୁଷ୍ୟମୁଣ୍ଡ଼ର କୋଳପା; ନର—କପାଳ; କରୋଟୀ — ୧. Human skull.

୨: (ହାଣ୍ଡିଆଦିର) ତଳଅଂଶ; ଚକି — ୨. The bottom part (of an earthen pot).

ପ୍ରାଦେ. (ପୁରୀ) ବି —

ପାଗୁଆଳି ହାଣ୍ଡି (ଦେଖ) Pāguāḻi hāṇḍi (See)

ପ୍ରାଦେ. (ସିଂହଭୂମ) ବି —

୧: ତେଲଉଣି; ପଲମ; କଟାହାକାର ମୃତ୍ପାତ୍ର — ୧. Earthen lid for a pot used as frying pan.

୨: ମାଟିରେ ବଡ଼ ମେଲାମୁହାଁ ହାଣ୍ଡି ବା ନଉତି — ୨. A big earthen pot having a wide mouth.

ପ୍ରାଦେ. (ବାଲେଶ୍ବର, ମେଦିନୀପୁର; ତୁଳ. ବ ଖାପରୀ) ବି. —

ଯେଉଁ ହାଣ୍ଡିରେ ଉଖୁଡ଼ା ତିଆରି କରାଯାଏ ବା ମୁଢ଼ି ଭଜାଯାଏ —Earthen pot in which fried paddy is seasoned with molasses or rice is fried.