ଖର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖର
ଉଚ୍ଚାରଣ: Khara
(ଖରୀ—ସ୍ତ୍ରୀ)

ସଂ. ବି. (ଖ= ମୁଖବିବର+ଅଛି. ଅର୍ଥରେ. ର; ୟାହାର ବଡ଼ ପାଟି ଅଛି) —

୧: ଗର୍ଦ୍ଦଭ; ଗଧ —୧. Ass.

୨: ବକ; ବଗ —୨. Heron.

୩: ଅଶ୍ବତର; ଖଚର —୩. Mule.

୪: କାକ; କୁଆ —୪. Crow.

୫: ରାବଣର ସାବତ ଭାଇ; ଦୈତ୍ୟବିଶେଷ — ୫. Name of a demon; younger step- brother of Rābaṇa.

[ଦ୍ର—ରାମ ଏହାକୁ ଦଣ୍ଡକାରଣ୍ୟରେ ବିନାଶ କରିଥିଲେ]

୬: ଅସୁର —୬. Demon.

୭: ବର୍ଷ ବା ଦେଶବିଶେଷ — ୭. Name of a country.

୮: ସୂର୍ଯ୍ୟାନୁଚର ବିଶେଷ — ୮. An attendant of the sun.

୯: ଶିବାନୁଚର ବିଶେଷ — ୯. An attendant of Ṡiba.

୧: ଘର୍ମ; ଝାଳ —୧୦. Sweat.

୧୧: ଉଷ୍ଣତା —୧୧. Warmth.

୧୨: କଣ୍ଟକୀ ଗୁଳ୍ମବିଶେଷ —୧୨. The prickly Night= shade. Alhagi maurorum. (M.W.)

୧୩: ବାର୍ହଷ୍ପତ୍ୟ ଯୁଗର (୬: ବର୍ଷର) ପଞ୍ଚବିଂଶ ବର୍ଷ — ୧୩. The ୨୫th year of the ୬୦ years' cycle of the planet Jupiter. (M.W.)

୧୪: ସୁଗନ୍ଧବିଶେଷ —୧୪. Name of a perfume. (M.W.)

୧୫: ମୂଳଦୁଆ; ଘରତିଆରି ହେବା ପାଇଁ ମାଟି ପଡ଼ିଥିବା ଡ଼ିହ —୧୫. A place arranged for building a house upon. (M.W.)

୧୬: ହରିବଂଶୋକ୍ତ ଧେନୁକ ଅସୁର — ୧୬. Name of demon Dhenuka.

୧୭: ତୃଣ; ଘାସ (ହି. ଶବ୍ଦସାଗର) —୧୭. Grass.

(ଖରା—ସ୍ତ୍ରୀ)

(ମୃଦୂ—ବିପରିତ)

ସଂ. ବିଣ. —

୧: ତୀକ୍ଷ୍ମସ୍ପର୍ଶ; ଟାଆଁଶା —୧. Tough.

(ଯଥା—ଖରଲୋମା)

୨: ଉଷ୍ଣ; ତାତିଲା —୨. Warm; hot.

(ଯଥା—ଖରାଂଶୁ)

୩: ଉଗ୍ରସ୍ବାଦ; ରାଗ —୩. Pungent.

୪: ଅତିଉତ୍କଟ —୪. Sharp; acute; severe.

(ଦ୍ରବ୍ୟ—ବିପରୀତ)

୫: କଠିନ —୫. Hard; solid.

୬: ଦାଢୁ଼ଆ; ତୀକ୍ଷ୍ଣ —୬. Sharp-edged; sharp.

ବିଘାତ ଖରନଖର ଖର ରକ୍ତ ସ୍ରବି ଭଞ୍ଜ.ବୈଦେହୀଶବିଳାସ

୭: ଅମ୍ବିଳା —୭. Acid; sour.

୮: ଦ୍ରୁତ; କ୍ଷିପ୍ର —୮. Brisk; swift.

ଚାଲି ଖର ବୋଝ ବଡ଼, ୟାକୁ ଜାଣିବ କପା—ଢ଼ଗ ଖଣ୍ଡ ତପସ୍ୟା ଫଳେ ଖେଦବାରିଧି ଜଳେ ଖର ସ୍ରୋତରେ ବାହମାନ ଗୋ କୃପାମୟୀ ନୀଳମଣି. ଭକ୍ତିସାର

୯: ନିଷ୍ଠୁର —୯. Cruel.

୧: କର୍କଶ; ଅତିଚିକ୍କଣ; ରାଡ଼ୁରାଡ଼ୁଆ —୧୦. Rough.

୧୧: ଘନ —୧୧. Dense; thick.

(ଯଥା—ମେଘ)

୧୨: ଅନିଷ୍ଟକର —୧୨. Injurious.

୧୩: ଅସ୍ଥିର —୧୩. Restless.

୧୪: ମର୍ମଭେଦୀ; ୟାତନାପ୍ରଦ —୧୪. Cutting.

(ଯଥା—ବାକ୍ୟ)

ଦେ. ବି —

୧: ଯେଉଁ ତିଅଣ ବା ଭଜା ଆଦି ଆତ୍ୟଧିକ ପକ୍ବ ବା ଭଜା ହୋଇ ଥାଏ —୧. excessively cooked.

୨: ବଘାରିଲା ବେଳେ ହାଣ୍ଡି ମସଲା ବେଶି ପୋଡ଼ିଯିବା ଯୋଗୁଁ ବିସ୍ବାଦୁ ହୋଇଥିବା (ତିଅଣ) — ୨. (curry) Which has become bad owing to overfrying.

ଦେ. କ୍ରି. ବିଣ —

ଶ୍ରୀଘ୍ର —Briskly; swiftly.

ଚାଲିବ ଖର, ଖାଇବ ସହଳ, ପିନ୍ଧିବ ମହଳ, ଦାଣ୍ଡ ଘର ଖଣ୍ଡି ଅଛୁଆଁ କର, ତେବେ ଓଡ଼ିଶାରେ କରିବ ଘର—ଢଗ

ପ୍ରାଦେ. —

୧: (ସିଂହଭୂମ) ବ.—ସ୍ରୋତ; ସୁଅ — ୧. Stream.

୨: (ସମ୍ବଲପୁର) ବି.—୙ଡ଼; ନଡ଼ା —୨. Straw.