ଖଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳି
ଉଚ୍ଚାରଣ: Khaḻi

ସଂ. ବି. (ଖଳି ଧାତୁ=ସଂଗ୍ରହ କରିବା+କର୍ମ. ଇ) —

୧: ତୈଳାଦିର ସିଠା ବା କାଣ୍ଟି; କଳ୍ମ — ୧. Sediment of oil.

୨: ପିଡ଼ିଆ —୨. Oilcake

ଦେ. ବି. —

୧: ଧୋବା ଓ ତନ୍ତିମାନେ ବସ୍ତ୍ରକୁ ଟଣୁଆ କରିବା ନିମନ୍ତେ ତହିଁରେ ଦେବା ମଣ୍ଡ —୧. Starch applied to a washed or newly woven cloth to make it stiff.

୨: ପିଠା ନିମନ୍ତେ ପ୍ରସ୍ତୁତ ଶସ୍ୟଚୂର୍ଣ୍ଣ ଓ ଗୁଡ଼ ମିଶ୍ରିତ ଅଗ୍ନି— ପକ୍ବ କୋମଳ ଲେହ୍ୟ ଦ୍ରବ୍ୟ ବିଶେଷ — ୨. A paste made of corn-flour kneaded with sugar and boiled for some time for preparing cakes; dough.

୩: ଔଷଧର ଗୁଳାବିଶେଷ (ନନ୍ଦେ) —୩. A medicinal paste made into a ball.

୪: ଅରଣ୍ୟରେ ବନ୍ୟଜନ୍ତୁଙ୍କ ପ୍ରିୟ ଆର୍ଦ୍ର ଲବଣାକ୍ତସ୍ଥାନ (ଯେଉଁଠାରେ ମୃଗମହିଷାଦି ବନ୍ୟ ଜନ୍ତୁ ସମବେତ ହୋଇ ସେଠାରେ ମାଟି ଚାଟିବାକୁ ସୁଖ ପାଆନ୍ତି) —୪. A resort of wild beasts (deer; buffalo etc) in the jungle where they love to gather and lick the briny earth.

୫: ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ଚିତ୍ର ହେବା ସମୟରେ କାଠର ମୂର୍ତ୍ତି ଉପରେ ମଡ଼ା ଯାଇଥିବା କନା ଉପରେ ବୋଳା ଯିବା ଚାଉଳସିଝା କାଠୁଆ ୟାଉ —୫. Starch consisting boiled rice-flour prepared for causing the cloth to stick to the wooden image of Lord Jagannātha at Puri before it is painted.

ପ୍ରାଦେ. (ଗଡ଼ଜାତ) ବି. —

ଚିକିଟା ରଙ୍ଗିଆ ମୃତ୍ତିକାବିଶେଷ — A kind of clayey and reddish soil.