ଖସଡ଼ା
ଖସଡ଼ା —
ଉଚ୍ଚାରଣ: Khasaṟḍ̠ā
পিছল
खसरा
ଦେ. ବିଣ. (ସଂ. କଚ୍ଚର) —
୧: କାଦୁଆଯୋଗୁଁ ଲଟପଟିଆ — ୧. Slushy; muddy.
୨: ଚିକିଟା; ୟହିଁରେ ଗୋଡ଼ ଖସେ; ପିଚ୍ଛିଳ — ୨. Slimy; slippery.
ପୀରତି ପଥ ଖସଡ଼ା, ନ ଜାଣି ତହିଁକି ପାଦ ବଢ଼ାଇଲେ ପଦପଦକେ କଚଡ଼ା—ପ୍ରାଚୀନ ସଙ୍ଗୀତ
ବୈଦେ. ବିଣ (ଆ)
ଚିଠା କରା ଯାଇଥିବା —Rough; drafted.
খসড়া
खसरा
ବୈଦେ. ବି (ଆ. ଖସ୍ରା=ଗ୍ରାମର କ୍ଷେତ୍ର ସମୂହର ତାଲିକା) —
୧: ପ୍ରଥମ ଲେଖା ବା ଚିଠା (ୟାହା ପରେ ସଂଶୋଧିତ ହୁଏ) — ୧. Draft; rough copy of any document; rough manuscript.
୨: ସେଟ୍ଲ୍ମେଣ୍ଟ ବା ରାଜସ୍ବ ବନ୍ଦୋବସ୍ତ ସମୟରେ କୌଣସି ଗ୍ରାମର ଜମିର ବିବରଣ ଆଦି ୟହିଁରେ କିତାବାରି ଲିପିବଦ୍ଧ ହୋଇଥାଏ —୨. The preliminary list of the plots of a village prepared after cadastral survey in the course of a Revenue Settlement.
୩: ଗ୍ରାମର କ୍ଷେତ୍ରମାନଙ୍କର ନମ୍ବର ଓ କ୍ଷେତ୍ରଫଳର ତାଲିକା ବା ସ୍ଥୂଳ ବିବରଣ; ଭଉଁରିଆ —୩. Rough index of all the fields of a village drawn up seriatim; field-book.
୪: ପ୍ରସ୍ତାବିତ ଆଇନର ପ୍ରଥମ ଚିଠା; ଆଇନର ପାଣ୍ଡୁଲିପି, (ୟାହା ଆଲୋଚନାର୍ଥ ସାଧାରଣରେ ପ୍ରକାଶିତ ହୁଏ) — ୪. Bill published for discussion before being passed into law.
୫: ମହାଜନୀ ସିରସ୍ତାରେ ଯେଉଁ କାଗଜରେ ଦୈନନ୍ଦିନ କ୍ରୟ— ବିକ୍ରୟର ବିବରଣ ସାଙ୍ଗେସାଙ୍ଗେ ଲେଖା ହୁଏ — ୫. Daily ledger of a merchant's office.