Jump to content

ଖସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସିବା
ଉଚ୍ଚାରଣ: Khasibā
খসা खसकना, खसना

ଦେ. କ୍ରି (ସଂ. ସ୍ଖଳନ) —

୧: ସ୍ଖଳିତ ହେବା; ସ୍ଥାନଭ୍ରଷ୍ଟ ହେବା — ୧. To be dislocated; to slip.

ଧାବନବଶେ ଖସେ ନିତମ୍ବବାସ କବିସୂର୍ଯ୍ୟ—ସଂଙ୍ଗୀତ

୨: ପତିତ ହେବା; ପଡ଼ିବା; ଝଡ଼ିବା — ୨. To fall down; to drop down.

କାକର ଆକାଶରୁ ଖସେ ଭୂପତି. ପ୍ରେମପଞ୍ଚାମୃତ

୩: ଉପରୁ ତଳକୁ ଓହ୍ଲାଇବା; ଅବତରଣ କରିବା — ୩. To descend; to alight.

ଶବ ଘେନି ତଳକୁ ଯେ ଖସିଲେ ରାଜନ ନନ୍ଦେ—ବେତାଳପଞ୍ଚବିଂଶତି

୪: ପଳାଇ ଯିବା; ସ୍ଥାନାନ୍ତରକୁ ଯିବା — ୪. To flee away; to escape.

ବସିଲେ ବସ୍, ନଇଲେ ବେଳହୁଁ ଖସ୍ ଢଗ

୫: ଊଣା ହେବା; କମି ହେବା — ୫. To be less than; to abate.

ବତିଶ ଅର୍ଦ୍ଧବୟସୀ ଏଥିରୁ ଖସି ନନ୍ଦେ. ସୁଭଦ୍ରାପରିଣୟ

୬: ଧୀରେ ଧୀରେ ସୁସ୍ଥାନରୁ ସ୍ଥାନାନ୍ତରିତ ହେବା — ୬. To move slowly from one place to another.

୭: ବିବର୍ଣ୍ଣ ହେବା; ମଳିନ ହେବା — ୭. To be discoloured; to lose colour.

(ଯଥା—ତା ଆଗ ଚେହେରା ଖସି ଗଲାଣି)

୮: ଅଧୋମୁଖ ହେବା; ତଳକୁ ମୋହିଁବା — ୮. To hang down; to face downwards.

(ଯଥା—ଏତେ ଅଳ୍ପ ବୟସରେ ତା ଗାଲ ଖସି ପଡ଼ିଲା କାହିଁକି?)

୯: ଭାଉ କମିବା —୯. To come down in price.

(ଯଥା—ଏବେ ଜିନିଷପତ୍ରର ଦର ବହୁତ ଖସିଛି)

୧: ଖସଡ଼ିବା; ଝୁଣ୍ଟି ପଡ଼ିବା — ୧୦. To slip down or to lose one's foot- hold; to stumble; to trip down.

(ଯଥା—ଆସୁ ଆସୁ ବୁଢ଼ାର ଗୋଢ଼ ଖସିଗଲା)

୧୧: ଅଦୃଶ୍ୟ ହେବା —୧୧. To disappear.

୧୨: ଅସ୍ତୋନ୍ମୁଖ ହେବା —୧୨. To begin to set.

୧୩: ଗୋପନରେ ବା ଅଲକ୍ଷଣରେ ସ୍ଥାନ ତ୍ୟାଗ କରିବା — ୧୩. To stealthily leave a place; to slip out unperceived.

ଗଲା ମନ ତାର ନିଜ ବଶୁଁ ଖସି ରାଧାନାଥ—ନନ୍ଦିକେଶ୍ବରୀ

୧୪: କୌଣସି ଦାୟିତ୍ବ ବା ବିପଦରୁ ମୁକ୍ତ ହେବା — ୧୪. To be freed from a bondage or liability.

୧୫: ବ୍ୟୟିତ ହେବା —୧୫. To be spent.

୧୬: ହୁଗୁଳା ହେବା — ୧୬. To be slackened or loosened.

(ଯଥା—ହାରାମଣିର ଖୋପା ଖସି ଯାଇଛି)

୧୭: (ଖୋଳପା) ଝଡ଼ି ପଡ଼ିବା — ୧୭. (the peel) To come off.

୧୮: ୟୌବନରୁ ବୃଦ୍ଧାବସ୍ଥା ଆଡ଼କୁ ଗତି କରିବା — ୧୮. To advance in years; to advance towards old age.

(ଯଥା—ବୟସ ଖସିଲେ ଆଉ ବଳ ଆସିବ କାହୁଁ?)