Jump to content

ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇବା
ଉଚ୍ଚାରଣ: Khāibā
খাওয়া खाना

ଦେ. କ୍ରି. (ସଂ. ଖାଦ୍ ଧାତୁ) —

୧: ଭୋଜନ କରିବା — ୧. To eat.

୨: ଘୋଟିବା; ଅଧିକାର କରିବା — ୨. To overspread; to occupy.

[ଦ୍ର—ଏଥରକ ଗ୍ରହଣ ଚନ୍ଦ୍ରକୁ ଖାଇ ଆକାଶରୁ କିଛି ଖାଇଲା; ନଈ ଏ ବର୍ଷ କୂଳକୁ ଖାଉଛି]

(ଣିଜନ୍ତ—ଖୁଆଇବା; ଖୋଇବା)

୩: ସର୍ବନାଶ ଘଟାଇବା; ସର୍ବନାଶ କରିବା —୩. To cause ruin.

(ଯଥା—ଦିଅଁ ଖାଇ ଖଟୁଳି ଖାଇବାକୁ ହାତ ବଢ଼ାଉଛି)

୪: ନଷ୍ଟ କରିବା —୪. To destroy; to spoil.

(ଯଥା—ଖଚୁଆ ଚୁଗୁଲିଆ ମିଳି ସେ ରାଜ୍ୟକୁ ଖାଇଗଲେ)

୫: ବ୍ୟୟ କରିବା —୫. To spend.

ବସି ଖାଇଲେ ନଈବାଲି ସରେ—ଢ଼ଗ

୬: ଗ୍ରହଣ କରିବା —୬. To take; to accept.

ବରତନ ଖାଇଣ ତାହାଙ୍କୁ ସେବନ୍ତି କୃଷ୍ଣସିଂହ. ମହାଭାରତ. ବନ

୭: ସହିବା —୭. To bear.

(ଯଥା—ମାଡ଼ ଖାଇବା; ହାଣ ଖାଇବା; ଗାଳି ଖାଇବା)

୮: (ନଡ଼ା ବା ଛଣ) ଲୋଡ଼ିବା; ଆବଶ୍ୟକ କରିବା — ୮. To need; to require

(ଯଥା—ଏ ଘର ୫: ଗାଡ଼ି ଛଣ ଖାଇବ)

୯: (ଗାଳିରେ ବ୍ୟବହୃତ) (ପୁତ୍ର, ସ୍ବାମୀ ଆଦି) କୌଣସି ବ୍ୟକ୍ତିର ମୃତ୍ଯୁ ଘଟାଇବା —୯. To kill; to cause the death of.

(ଯଥା—ସେ ପୁତୁଖାଈ ପୁଅକୁ ଖାଇ ଏବେ ବଂଶୟାକ ଖାଇବ ବୋଲି ବିଚାରୁଛି)

୧: (ଅମୃକ ଅମୃକର ଅମୁକ ଅଙ୍ଗ; ଯଥା—ବେକ, ଛାତି, ମୁଣ୍ଡ ପର୍ଯ୍ୟନ୍ତ ଉଚ୍ଚ ବା ଡ଼େଙ୍ଗା ହେବା — ୧୦. To be tall up to (any limb of a person); to be of the height of.

(ଯଥା—ବିଚିତ୍ରାନନ୍ଦ ସତୀନ୍ଦ୍ରବାବୁଙ୍କ ବେକ ଖାଇବ)

୧୧: (ଧନ) ତୋସରଫ ବା ଆତ୍ମସାତ୍ କରିବା — ୧୧. To appropriate to one's own use.

କିସ ହୋଇଲା ! କିଏ ସଞ୍ଚାଥିଲା କିଏ ଖାଇଲା !—ଢଗ

୧୨: (ଧନ) ଅପବ୍ୟୟ କରିବା; ଉଜାଡ଼ିବା — ୧୨. To squander or waste.

୧୩: ଲାଭ କରିବା; ଲଭିବା; ପାଇବା — ୧୩. To get; to acquire.

(ଯଥା—ଅନ୍ୟ ଲୋକର କଥାରୁ ତୁ କି ଖାଇବୁ? ତୋ ନିଜ କଥା ତୁ ବୁଝୁ)

୧୪: ଆଘାତ କରିବା —୧୪. To hurt.

(ଯଥା—ଶଗଡ଼ର ଚକ ବଳଦଙ୍କ ଗାଣ୍ଡି ଖାଉଛି)

୧୫: (ଖାଲ ଆଦି) ପୂର୍ଣ୍ଣ ହେବା ପାଇଁ (ମାଟି ଆଦି) ଗର୍ଭରେ ଧରିବା; ଧାରଣ କରିବା — ୧୫. To contain or hold so much quantity to be filled up.

(ଯଥା—ଖଣି ଗାତଟି ୧: ଗାଡ଼ି ମାଟି ଖାଇଲା)

୧୬: (ସାପ) କାମୁଡ଼ିବା —୧୬. To bite.

ସାତ ରାତି ଭିତରେ ତକ୍ଷକ ତାକୁ ଖାଉ—କୃଷ୍ଣସିଂହ ମହାଭାରତ ଆଦି

୧୭: (ହାଉଆ, ଧୂଆଁ) ସେବନ କରିବା; ଶ୍ବାସ ଦ୍ବାରା ଗ୍ରହଣ କରିବା — ୧୭. To inhale.

(ଯଥା—ସମୁଦ୍ର ହାଉଆ ଖାଇବାକୁ ଏଠାରେ ବସିଛ କି?)

୧୮: ଘୋରିକର ନଷ୍ଟ କରିବା — ୧୮. To wear away by friction; to corrode.

(ଯଥା—ଲୁହାଅଖ ଚକର ନାହିଆକୁ ଖାଇୟାଉଛି)

୧୯: ଭୋଗ କରିବା —୧୯. To enjoy.

(ଯଥା—ଏ ଲୁଗା ଖରା ଖାଉଛି)

୨: ଅଙ୍ଗେ ନିଭାଇବା; ଅନୁଭବ କରିବା — ୨୦. To experience; to undergo.

(ଯଥା—ଏ ପିଲାକୁ ଜନ୍ମ କଲାବେଳେକୁ ମାଆ ବହୁତ ଶୂଳ ଖାଇଲେ)

୨୧: ନିଷ୍ପେଷଣ କରିବା —୨୧. To gin; to press.

(ଯଥା—ଏ ଆଖୁଖାଇ ୫: ଗାଡ଼ି ଆଖୁ ଦିନକେ ଖାଇବ)