Jump to content

ଖାରବେଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରବେଳ
ଉଚ୍ଚାରଣ: Khārabeḻa

ଦେ. ବି. (ନାମ) —

ଉତ୍କଳର ଜନୈକ ପ୍ରାଚୀନ ସମ୍ରାଟ — Name of an emperor of ancient Odisha.

[ଦ୍ର— ଖୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରେ କଳିଙ୍ଗରେ କଳିଙ୍ଗର ଚେତରାଜ— ବଂଶରେ ଖାରବେଳ ନାମକ ଏକ ମହାପରାକ୍ରମୀ ରାଜା ରାଜପଣ କରୁଥିଲେ ତାଙ୍କ ରାଜ୍ୟର ବଣିକ ମାନେ ଅନ୍ତତଃ ପାରସ୍ୟ—ଉପକୂଳ

ପର୍ଯ୍ୟନ୍ତ ସମୁଦ୍ରରେ ବାଣିଜ୍ୟ କରୁଥିଲେ ସେ ନିଜ ବଳରେ କୁମାରିକା ଅନ୍ତରୀପ ପାଖ ରାଜ୍ୟଠାରୁ ହିମାଳୟତଳର ମଗଧ ପର୍ଯ୍ୟନ୍ତ ସବୁ ଦେଶ ଜିଣିଥିଲେ ପଶ୍ଚିମରେ ଆନ୍ଧ୍ରରାଜ ସାତ— କର୍ଣ୍ଣୀଙ୍କୁ ଜିଣି ସେ ବେମ୍ବାଇ ପ୍ରଦେଶ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ବିସ୍ତାର କରିଥିଲେ ସେ ଜୈନ ଥିବାର ଅନୁମାନ ହୁଏ, କିନ୍ତୁ ସେ ଗୋଟିଏ ରାଜସ୍ବୟ ଯଜ୍ଞ କରିବା ପରେ ପ୍ରଜାଙ୍କୁ କର ଛାଡ଼ି ଦେଇଥିଲେ । କେତୁଭଦ୍ର ନାମକ କଳିଙ୍ଗ ଅଞ୍ଚଳରେ ଜଣେ ପ୍ରଧାନ ବୀର ମହାଭାରତ ଯୁଦ୍ଧରେ ଯୁଦ୍ଧ କରିଥିଲେ । ସେହି କେତୁଭଦ୍ରଙ୍କର ଗୋଟିଏ ନିମକାଠର ମୂର୍ତ୍ତି କଳିଙ୍ଗରେ ପ୍ରତିଷ୍ଠିତ ଥିଲା ଏବଂ ଖାରବେଳ ସେହି ମୂର୍ତ୍ତିର ରଥଯାତ୍ରା ଉତ୍ସବ କରାଉ— ଥିବାର ଜଣାଯାଏ । ଭୁବନେଶ୍ବର କିମ୍ବା ତାହାର ଆଖପାଖ କୌଣସି ସ୍ଥାନରେ ତାହାଙ୍କର ରାଜଧାନୀ 'ତୋଷଳ' ଥିଲା । ଧୂସୀ ତାଙ୍କର ରାଣୀ ଥିଲେ । ଧୂସୀ ସିନ୍ଧୁ ନଦୀର ପଶ୍ଚିମ କୂଳରେ ପୂର୍ବ ଆଫଗାନି— ସ୍ଥାନରେ ବଜିର୍ ନାମକ ରାଜ୍ୟର ରାଜାଙ୍କ କନ୍ୟା ଥିଲେ ପନ୍ଦର ବର୍ଷ ବୟସରେ ଖାରବେଳ ଯୁବରାଜ ହୋଇ, ୨୪ ବର୍ଷ ବୟସରେ ରାଜା ହେଲେ ଓ ୩: ବରଷରି ଊର୍ଦ୍ଧ୍ଵ ରାଜତ୍ବ କରି ଶେଷ— ଜୀବନରେ ସେ ରାଣୀ ଧୂସୀଙ୍କ ସହିତ ଖଣ୍ଡଗିରି ନିକଟସ୍ଥ ଉଦୟ— ଗିରିରେ ବାନପ୍ରସ୍ଥ ଅବଲମ୍ବନ କରିଥିଲେ । ଉଦୟଗିରିର ରାଣୀ— ହଂସପୁର ଆଦି ଗୁମ୍ଫା ଖାରବେଳଙ୍କ ସନ୍ୟାସବାସ ପାଇଁ ଖୋଳା ହୋଇଥିଲା ପ୍ରଥମେ ସେହି ଗୁମ୍ଫା ନିକଟରେ ଜୈନ ସନ୍ୟାସୀମାନଙ୍କ ପାଇଁ ରାଜାଙ୍କ ବ୍ୟୟରେ ଅନେକଗୁଡ଼ିଏ ଗୁମ୍ଫା ଖୋଦିତ ହୋଇ— ଥିଲା ସେହି ଗୁମ୍ଫାରେ ଥିବା ଖୋଦିତ ପ୍ରସ୍ତଲିପିରେ ଖାରବେଳଙ୍କ ଉପାଧି ଐର ବୋଲି ଲେଖା ଅଛି ଖାରବେଳ ତୃତୀୟ ଐର ବଂଶର ରାଜା ଥିଲେ । ଖ୍ରୀଷ୍ଟପୂର୍ବ ଶତାବ୍ଦୀମାନଙ୍କରେ କଳିଙ୍ଗର ଅନେକ ରାଜବଂଶ ଐର ଥିବାର ପ୍ରାମାଣ ମିଳେ ନୀଳକଣ୍ଠ ଖାରବେଳ ଗ୍ରନ୍ଥପ୍ରବେଶ]