ଖୁଣ୍ଟ ବାଘ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟ ବାଘ
ଉଚ୍ଚାରଣ: Khuṇṭa bāgha

ପ୍ରାଦେ. (ଗଡ଼ଜାତ) ବି —

କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଧାର ପୋତନ୍ତି ସେହି ଚିତା—ଭସ୍ମ ଉପରେ ଉଠିଥିବା ଗଛ —A kind of tree growing over the ashes of cremated corpse of a Kandha.

[ଦ୍ର—କନ୍ଧମାନେ କହନ୍ତି ଚରୁଥିବା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ ରଖୁଆଳ ଗୋରୁର ସେହି ଅଂଶରେ ଦି' ବାଡ଼ି ପାକାଇଲେ, ଗୋରୁ ଚାଲି ଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ ସେହି କ୍ଷତରେ ଟୁଙ୍ଗାଚେର ଓ ମାଣାସାରୁ ବୋଳିଲେ ଭଲ ହୋଇ ଯାଏ]