ଖେଣ୍ଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଣ୍ଟା
ଉଚ୍ଚାରଣ: Kheṇṭā
(ଖେଣ୍ଟେଈ—ସ୍ତ୍ରୀ) খিটখিটে; খিটখিটা'

ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) —

୧: ଚିଡ଼ଲ; ଚିଡ଼ିଚିଡ଼ା — ୧. Surly; of irritable temper.

ଅଳପ ତେଣ୍ଟା ମାଇପ ଖେଣ୍ଟା ମଠୁଆ ବଳଦ ୟାର, ୟମ ଘର ଯାଇ କି ଫଳ ହେବ ନିତି ମରଣ ତାର ଢଗ

୨: (ଗାଳି) ଅପତ୍ୟ ବା ପରିବାରହୀନ —୨. (Person) Without children or Kindred.

୩: ଗୃହର କଳଙ୍କସ୍ବରୂପ — ୩. A curse to the family.

୪: ନିର୍ଲ୍ଲଜ; ଭାରଦା —୪. Shameless.

୫: (ସଂ. କୁଣ୍ଠ)—କୃପଣ; ବ୍ୟୟକୁଣ୍ଠ — ୫. Miserly; niggardly.

୬: ଚୁଗୁଲିଆ —୬. Backbiting.

୭: ଯେଉଁ ବ୍ୟକ୍ତି ଦୁଇଜଣଙ୍କ ମଧ୍ୟରେ କଳି ଲଗାଇ ଦିଏ — ୭. (a person) Who brings about a quarrel or disssension between two person.

ପ୍ରାଦେ (ଗଡ଼ଜାତ) ବି —

ଯେଉଁ ବ୍ୟକ୍ତି ଜାରପୁରୁଷମାନଙ୍କ ନିକଟରେ ସ୍ତ୍ରୀ ଜୁଟାଏ —Panderer; go-between.

ଦେ. ବି. —

୧: (ସଂ. କ୍ଷ୍ବେଡ଼=ଗଜବନ୍ଧନସ୍ତମ୍ଭ)—ମୁନିଆଁ କୀଳା; କେଞ୍ଚା —୧. A pointed peg.

୨: ପଦାକୁ ବାହାରିଥିବା କୀଳା —୨. A pointed peg bulging out of a plain surface.

୩: (ସଂ. କଣ୍ଟକ) କଣ୍ଟା —୩. Thorn.

୪: (ସଂ. ଖେଟ) ଭୋଜନ —୪. Eating.