ଖେଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦିବା
ଉଚ୍ଚାରଣ: Khedibā
খেদা खेदना, पैठना

ଦେ. କ୍ରି —

୧: ଚାରି ପାଖ ବୁଲି ଆସିବା — ୧. To make a circuit.

୨: ଚାରି ଦିଗରେ ବ୍ୟାପିବା — ୨. To be scattered in all directions; to pervade through.

ତେବେହେଁ ତାର ନ ଦର୍ପଇ ଅଙ୍ଗ ମନରେ ଖେଦି ନ ପାରେ ଅନଙ୍ଗ ପ୍ରାଚୀ. ପରଚେ ଗୀତା

୩: (ସଂ. ଖିଦ୍ ଧାତୁ ଣିଚ)—ଖେଉଦିବା; ଘଉଡ଼ିବା; ତଡ଼ିବା; ପତ୍ରରେ ଗୋଡ଼ାଇ ଗୋଡାଇ ତଡ଼ିଦେବା — ୩. TO drive away; to chase away.

ବ୍ରହ୍ମା ବରେ ନିବାତକବଚେ ଅବଧ୍ୟ ହୋଇ ଏଥୁଁ ଗୋଦିଲେ ଇନ୍ଦ୍ରେ କରି ଯୁଦ୍ଧ କୃଷ୍ଣସିଂହ. ମହାଭାରତ. ବନ

୪: ଭ୍ରମଣ କରିବା —୪. To travel.

୫: ଆସକ୍ତ ହେବା —୫. To be attached to.

ସାଧୁ ଚରିତ ତୋର ବୁଦ୍ଧି କୃଷ୍ଣ ଚରଣେ ଚିତ୍ତ ଖେଦି ଜଗନ୍ନାଥ. ଭାଗବତ

ପ୍ରାଦେ. (ଗଡ଼ଜାତ) କ୍ରି —

ଶିକାରୀ ଜଗିଥିବା ସ୍ଥାନଆଡକୁ ବଣଜନ୍ତୁଙ୍କୁ ହୁରୁଡାଇ ତଡ଼ି ଆଣିବା; ଆଡ଼ି କରିବା — To beat the jungle and drive in wild beasts towards the hunter.

ପ୍ରାଦେ. (ସମ୍ବଲପୁର) କ୍ରି —

ଗୋରୁଆଦିଙ୍କୁ ଅଡ଼ାଇବା — To drive cattle.