ଖେଳାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳାଇବା
ଉଚ୍ଚାରଣ: Kheḻāibā
খোন खेलाना

ଦେ. କ୍ରି. (ସଂ. ଖେଳ୍ ଧାତୁର ଣିଜନ୍ତ) —

(ଖେଳିବାର ଣିଜନ୍ତ ରୂପ) — Causative form of Kheḻibā.

୧: ଅନ୍ୟକୁ କ୍ରୀଡ଼ା କରାଇବା — ୧. To cause another to play.

୨: ଇତସ୍ତତଃ ଗତି କରିବାକୁ ବା ସୁଯୋଗ ଦେବା — ୨. To allow to move to and fro; to let one move freely.

(ଯଥା—କୋଳା ସାପ ଖେଳାଉଛି)

ଖେଳାଉ ଖେଳାଉ ଦଂଶିଲା ଗରଳ ସର୍ବାଙ୍ଗେ ମିଶିଲା ଭୂପତି. ପ୍ରେମଞ୍ଚାମୃତ

୩: ନଚାଇବା —୩. To cause to dance.

୪: ପିତା, ମାତା, ଧାଈଆଦି ନିକଟରେ ଉପସ୍ଥିତ ଥିବା ଅବସ୍ଥାରେ ଶିଶୁକୁ ସେମାନଙ୍କ ନିକଟରେ ଖେଳିବାର ସୁଯୋଗ ଦେବା — ୪. To cause or let a child play or amuse itself near by in the presence of its parents or keeper.

(ଯଥା—ସାଆନ୍ତାଣୀ ବାଲକ୍ଦାସକୁ କୋଳରେ ଖେଳାଉଛନ୍ତି; ସେଉଳମାଛ ତା ଜାଆଁଳଙ୍କୁ ତୁଠାପାଖେ ଖେଳାଉଛି)

୫: ସଙ୍ଗୀ ପିଲାକୁ ଆପଣା ସାଙ୍ଗରେ ବା ଦଳରେ ମିଶି ଖେଳିବା ପାଇଁ ଅନୁମତି ବା ସୁଯୋଗ ଦେବା — ୫. To take a boy ar girl as one's play-mate or as aplayer in one's party.

୬: ଚଳାଇବା; ଚାଳିତ କରିବା — ୬. To move about.

(ଯଥା—ବୁଢାମିଆଁ ପୋଖରୀରେ ବନ୍ସି ଖୋଳାଉଛି)

ଖେଳା ଚଞ୍ଚଳ ଭୂଷଣ ଦାସରେ—କବିସୂର୍ଯ୍ୟ. ସଙ୍ଗୀତ

୭: ପ୍ରକଟିତ ବା ବିକାଶିତ କରାଇବା — ୭. To express; to bring to light; to manifest.

କୁନ୍ଦବିକାଶକୁ ନିନ୍ଦାବା ହାସକୁ ଖେଳାଇ ଦେବୁଟି ଗଳେ— କବିସୂର୍ଯ୍ୟ. ସଙ୍ଗୀତ

୮: ନିଖୁରାଇବା; ଏକାଠେଇଁ ଥିବା ଜିନିଷକୁ ଇତସ୍ତତଃ କରିବା — ୮. To disperse; to disturb the compactness of a mass of things.

(ଯଥା—ତୁମେ ପଇସାକର ମାଛ ନେବ ବୋଲି ଟୋକେଇକ ୟାକ ମାଛ କିଆଁ ଖେଳାଉଛ?)

୯: ଗଦା ଥିବା ବା ଘନ ହୋଇଥିବା ବସ୍ତୁକୁ ବେଶି ସ୍ଥାନରେ ବାପ୍ତ କାରାଇବା — ୯. To scatter; to thin out, to rarefy; to spread out.

(ଯଥା—କୁଟାଗଦାକୁ ଖେଳାଇ ଦେଲେ କୁଟାତକ ଚଞ୍ଚଳ ଶୁଖିଯିବା)

୧: ଖେଳୁଆ କରିବା (ଦେଖ) ୧୦. Kheḻuā karibā (See)