ଖେଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଳିବା
ଉଚ୍ଚାରଣ: Kheḻibā
খো खेलना

ଦେ. କ୍ରି. (ସଂ. ଖେଳ୍ ଧାତୁ) —

୧: କ୍ରୀଡ଼ା କରିବା — ୧. To play; to sport.

(ଖେଳାଇବା—ପ୍ରଯୋଜକ ରୂପ)

[ ଦ୍ର—କେତେ ସମୟ କଠୋର ପରିଶ୍ରମ କରିବା ପରେ ବା ଚିତ୍ତ- ବିନୋଦନାର୍ଥ ବା ଅନ୍ୟର ମନକୁ ପ୍ରଫୁଲ୍ଲିତ କରିବା ପାଇଁ, ବା ବ୍ୟାୟାମ ପାଇଁ ଲୋକେ ଖେଳନ୍ତି ଲୋକେ ନାନ ପ୍ରକାର ଖେଳ ଖେଳନ୍ତି କେତେକ ଖେଳ ବହୁ ଶାରୀରିକ ପରିଶ୍ରମସାଧ୍ୟ (ଯଥା; କ୍ରିକେଟ୍, ଡୁଡୁ), କେତେକରେ ମସ୍ତଷ୍କଚାଳନା କରିବାକୁ ପଡ଼େ (ଯଥା; ପଶା, ସତକଞ୍ଜି, ବାଘବଜାରୀ) ଓ କେତେକରେ ଅନ୍ୟର ଚିତ୍ତବିନୋଦନ କରାଯାଏ (ଯଥା—ବାଜିଗରୀ, ଇନ୍ଦ୍ରଜାଲ)]

୨: ଇନ୍ଦ୍ରଜାଲ ବା ବ୍ୟାୟାମ ପ୍ରଦର୍ଶନ କରିବା — ୨. To exhibit athletic or magical feats.

୩: ଥଟ୍ଟା କରିବା; ପରିହାସ କରିବା — ୩. To joke; to play jests.

୪: ଇତସ୍ତତଃ ବିଚରଣ କରିବା — ୪. To move here and there.

ରସାଳଗହଳ ଶାଖାରେ ଖେଳି କବିସୂର୍ଯ୍ୟ. କବିତା

୫: ଚାରିଆଡ଼େ ଘୋଟିଯିବା ବା ବହିଯିବା; ବ୍ୟାପିବା; ବ୍ୟାପ୍ତ— ହେବା —୫. To pervade or circulate; to be diffused; to spread.

(ଯଥା—ତେଣ୍ଡାବୁହା ପାଣି ବିଲୟାକ ଖେଳି ଗଲାଣି; ମେଘ ଆକାଶୟାକ ଖେଳି ଗଲାଣି)

୬: ଅନୁଭୂତ ହେବା; ମନକୁ ଅଧିକାର କରିବା — ୬. To be felt; to reign supreme in the mind.

ମାର ମନେ ଖେଳୁଥିବା, ପ୍ରଦୀପ ଯେ ଜଳୁଥିବ—କବିସୂର୍ଯ୍ୟ. ସଙ୍ଗୀତ

୭: (ବ୍ୟବସାୟରେ) ଲାଗିବା; ଲଗାଯିବା; ଖଟାଯିବା — ୭. To be invested (in business).

ଲୋକେ କହନ୍ତି ତାଙ୍କର ଚାଳିଶ ପଞ୍ଚାଶ ହଜାର ଟଙ୍କା ମହାଜନିରେ ଖେଳୁଅଛି—ଫକୀରମୋହନ. ଛମାଣଆଠଗୁଣ୍ଠ

୮: ନାଚିବା —୮. To dance.

ପୁଣି ୟା କୀରତିମାଳା—ପ୍ରତିବିମ୍ବ ଖେଳେ ମହୋଦଧିଜଳେ— ଭିକାରୀଚରଣ. ଗୀତଲହରୀ

୯: ଇତସ୍ତତଃ ଚାଳିତ ହେବା — ୯. To be moved to and fro.

୧: ଆଗକୁ ପଛକୁ ଗତି କରିବା — ୧୦. To move to and fro.

(ଯଥା—ସାପ ଖେଳୁଛି)

୧୧: ନାଟକାଦିର ଅଭିନୟ କରିବା —୧୧. To play (a drama); to make dramatic performances.

୧୨: ଜୁଆ ଖେଳିବା —୧୨. To gamble.

୧୩: କମ୍ପିବା —୧୩. To shake; to dangle; to oscillate.