ଖୋଲିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଲିବା
ଉଚ୍ଚାରଣ: Khilibā
খুলা खुलना; खोलना

ବୈଦେ. କ୍ରି. (ଆ. ଖୁଲନା) —

୧: (ସକର୍ମକ) ଉଦ୍ଘାଟନ କରିବା; ଉନ୍ମୁକ୍ତ କରିବା; ଆବରଣ ମୁକ୍ତ କରିବା; ମେଲା କରିବା —୧. To open; to uncover.

୨: (ସକର୍ମକ) ବନ୍ଧନରୁ ଫିଟାଇବା — ୨. To untie; to unloosen.

୩: (ସକର୍ମକ) ଗୁପ୍ତ ବିଷୟ ପ୍ରକାଷ କରିବା — ୩. To publish a hidden thing; to bare.

୪: (ସକର୍ମକ) ଯୋଡ଼ା ହୋଇଥିବା ବସ୍ତୁର ଅଙ୍ଗମାନଙ୍କୁ ପୃଥକ୍ କରିବା —୪. To separate the parts of a composite thing.

୪: (ସକର୍ମକ) (କୌଣସି ବିଷୟକୁ) ସ୍ପଷ୍ଟ ଭାବରେ ବୁଝାଇବା — ୪. To explain.

୫: (ଅକର୍ମକ) (ଆବୃତ ପଦାର୍ଥ) ଉନ୍ମୁକ୍ତ ହେବା — ୫. To be uncovered.

୬: (ଅକର୍ମକ) ଅବସର ବା ଛୁଟିପରେ କଚେରୀ ଓ ସ୍କୁଲ ଆଦିର କାର୍ଯ୍ୟ ଆରମ୍ଭ ହେବା; ଫିଟିବା — ୬. (schools, offices) To open after holidays.

୭: (ଅକର୍ମକ) ସୁନ୍ଦର ଦେଖାଯିବା; ସୁଦୃଶ୍ୟ ହେବା — ୭. To look beautiful.

୮: (ସକର୍ମକ) ପ୍ରତିଷ୍ଠା କରିବା; ନୂତନ କରି ବସାଇବା; ନୂଆ ଅନୂଷ୍ଠାନ ବା କର୍ମ ଆରମ୍ଭ କରିବା — ୮. To found; to set up anew; to begin a work or institution.

ପ୍ରାଦେ. (ସମ୍ବଲପୁର) କ୍ରି. (ସକର୍ମକ) —

ଖୋଳିବା (ଦେଖ) Khoḻibā (See)