ଖୋଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଳିବା
ଉଚ୍ଚାରଣ: Khoḻibā
খোঁড়া खोदना

ଦେ. କ୍ରି. —

୧: (ସଂ. ଖନ ଧାତୁ; ତୁଳ. ପ୍ରା—ଖୁଡ଼ ଧାତୁ)— ଖନନ କରିବା; ମାଟିରେ ଗର୍ତ୍ତ କରିବା — ୧. To dig; to cut a pit in the earth.

୨: (ସଂ. କ୍ଷୁଦ୍ ଧାତୁ) କ୍ଷୋଦନ କରିବା; କାଠ ପଥର— ଆଦିରେ ହତିଆର ସାହାଯ୍ୟରେ ଗର୍ତ୍ତ, ଅକ୍ଷର ବା ମୂର୍ତ୍ତି ଅଙ୍କନ କରିବା —୨. To engrave.

୩: (ଆ. ଖୁଲ୍ନା) ପରେ ଗୋପନୀୟ ବିଷୟ ବା ଗୃହ— ଚ୍ଛିଦ୍ରକୁ ପଦାରେ ପ୍ରକାଶ କରିବା; ଖୋଲିଦେବା — ୩. To expose another's faults; to expose another's family-secrets.

(ଯଥା—ଗଇ ଖୋଳିବା)

୪: (ଲକ୍ଷଣାର୍ଥ) ହୃଦୟରେ ଗୁରୁତର ଆଘାତ (କଷ୍ଟ) ଜନ୍ମାଇବା — ୪. (figurative) To cause inense mental pain.

ବଚନ—ଶରେ ଖୋଳୁଅଛି ମୋର ଗାତ୍ର କୃଷ୍ଣସିଂହ. ମହାଭରତ. ସଭା

୫: (ଲକ୍ଷଣାର୍ଥ) ପ୍ରବେଶ କରିବା — ୫. (figurative) To enter.

ପ୍ରଦ୍ଯୁମ୍ନ କାଣ୍ଡର ମୂନ କର୍ଣ୍ଣଙ୍କର କର୍ଣ୍ଣମୂଳ ଖୋଳିବ ଆହେ ୟଦୁବୀର କୃଷ୍ଣସିଂହ. ମହାଭାରତ. ବନ

୬: (ସଂ. ଖନ ଧାତୁ) ଉପାଡ଼ିବା; ଉତ୍ପାଟିତ କରିବା — ୬. To root out; to pull off.

ଆମ୍ଭର ଚକ୍ଷୁ ବନମାଳୀ, ତୁ ଏହା ନେଉଅଛି ଖୋଜି ଜଗନ୍ନାଥ. ଭାଗବତ