ଗଛିବା

ଉଇକିଅଭିଧାନ‌ରୁ

ଗଛିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗୁଚ୍ଛ)[ସମ୍ପାଦନା]

୧. ଲକ୍ଷ୍ୟ ଦେବା — ୧. To allude to.

ନାସ୍ତିରେ ତୋର ଆସ୍ତି ଅଛି ଆସ୍ତିକି ତୋର ତୁଲେ ଗଛି—ଭୂପତି. ପ୍ରେମପଞ୍ଚାମୃତ

୨. ଅର୍ପଣ କରିବା —୨. To entrust.
୩. ଯୋଗ୍ୟ ହେବା; ଯୋଗାଇବା — ୩. To be fit; to suit.

ନୃପଙ୍କ ଭୂତିଟି ତହିଁକି ନ ଗଛଇ—କୃଷ୍ନସିଂହ. ମହାଭାରତ. ସଭା

୪. ଉପମା ଦେବା; ତୁଳନା କରିବା — ୪. To compare.
୫. ମିଳାଇବା; ତୁଲ୍ୟ କରିବା — ୫. To cause to fit in; to equalise.
୬. କୌଣସି ଅଳଙ୍କାରକୁ ଦେହରେ କଣ୍ଟିବା — ୬. To measure and test an ornament if it fits the body.
୭. ସମାନ ହେବା; ତୁଲ୍ୟ ହେବା — ୭. To be equal to; to fit into.

ବୁଦ୍ଧିମନ୍ତ ପଣେ ତୁମ୍ଭଙ୍କୁ ତୁମ୍ଭେ ଗଛ କୃଷ୍ନସିଂହ. ମହାଭାରତ. ବନ

୮. ପ୍ରାପ୍ତହେବା —୮. To get; to attain.
୯. ଖଟିବା; ଉପଯୁକ୍ତ ହେବା — ୯. To be fitting; to be applicable.

ସଞ୍ଜୟ କହିଲେ ହେ ନୃପକୂଳ ଶିଖ, ଗଛିଲା ଯେତେ ତୁମ୍ଭେ କହିଲ ହେ ମୂର୍ଖ କୃଷ୍ଣସିଂହ. ମହାଭାରତ. ବନ

୧. ସାଜିବା; ମାନିବା; ଶୋଭା ପାଇବା — ୧୦. To look smart.

୧୧: ଗ୍ରହଣ କରିବା —୧୧. To accept.

ଧର୍ମପୁରାଣ ଭାବ ପୋଛୁ, କେବଳ ଭାବ ମାତ୍ର ଗଛୁ ଭୂପତି. ପ୍ରେମପଞ୍ଚାମୃତ

୧୨: ନିହିତ ହେବା —୧୨. To be contained in.

ପ୍ରଭୁ ସେବକ ଭାବ ଗଛି, ଏ ପ୍ରେମେ ଏତେ ଗୋଳ ଅଛି ଭୂପତି. ପ୍ରେମପଞ୍ଚାମୃତ

୧୩: ମିଳିବା; ପ୍ରାପ୍ତ ହେବା —୧୩. To be got.

ୟାଙ୍କୁ ମାଇଲେ ଧର୍ମ ନ ଗୋଛେ ମୋତେ କେବେ ପୀତାମ୍ୱର. ନୃସିଂହପୁରାଣ