ଗଜା

ଉଇକିଅଭିଧାନ‌ରୁ

ଗଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ତୁଳ. ସଂସ୍କୃତ - ଖର୍ଜିକା)— ଅଟା ବା ଚାଉଳ ଚୂନାକୁ ଭାଜି ତହିଁରେ ଜଲ ମିଶାଇ ଚକଟି ଦଳି ଦଳା ଖଳିକୁ ଗୋଲ୍, ଲମ୍ୱା ବା ଚଉକୋଣିଆ କରି କାଟି ଘିଅରେ ଛାଣି ଶିରାରେ ପକାଇ ପ୍ରସ୍ତୁତ କରାଯିବା ମିଷ୍ଟାନ୍ନବିଶେଷ — ୧. A kind of sweetmeat fried in ghee and soaked in syrup.
୨. (ସଂସ୍କୃତ - ଅଗ୍ରଜ)—ଅଙ୍କୁର; ମଞିରୁ ଫୁଟି ବାହାରିଥିବା ସରୁ କୋମଳ ଖିଲ, ଯହିରୁ ପରେ ପତ୍ର ବାହାରେ — ୨. A shoot or sprout; germ.
୩. ଶାଖାଗ୍ରରୁ ବାହାରିଥିବା କୋମଳ ନୂତନ ଶାଖା — ୩. Tender new leaves.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ତରୁଣବୟସ୍କ —୧. Of tender age.

(ଯଥା— ଗଜା ବୟସ୍କ)

୨. ନୂତନ —୨. Young; new.

(ଯଥା— ଗଜା ଗଛ; ଗଜା ତୋଟା)

ଗଜା ବଉଦକୁ ପ୍ରବଳ ପବନ ଘଉଡ଼ାଇ ଘେନିଯାଏ—ନନ୍ଦକିଶୋର, ଶର୍ମିଷ୍ଠା

୩. ନୂତନ ଗଜା ହୋଇଥିବା — ୩. Recently sprouted.