ଗଡ଼ଜାତ

ଉଇକିଅଭିଧାନ ରୁ
Jump to navigation Jump to search

ଗଡ଼ଜାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରୋଜୋଡ଼ା ଇଲାକା; ଦେଶୀୟ ରାଜାମାନଙ୍କ ଶାସିତ ରାଜ୍ୟ —୧. States governed by Indian Chiefs; native states.

[ଦ୍ରଷ୍ଟବ୍ୟ —ସମଗ୍ର ଭାରତ ସାମ୍ରାଜ୍ୟର ବର୍ଗଫଳ ପ୍ରାୟ ୧୮: ଲକ୍ଷ ବର୍ଗ— ମାଇଲ୍; ତନ୍ମଧ୍ୟରୁ ଦେଶୀୟ ରାଜାମାନଙ୍କ ଶାସିତ ରାଜ୍ୟ ବା ଗଡ଼ଜାତର ବର୍ଗଫଳ ପ୍ରାୟ ୭ ଲକ୍ଷ ବର୍ଗମାଇଲ ସମଗ୍ର ଭାରତର ଲୋକ ସଂଖ୍ୟା ୩୧: କୋଟି ମଧ୍ୟରୁ ଗଡ଼ଜାତ ରାଜ୍ୟମାନଙ୍କରେ ପ୍ରାୟ ୭ କୋଟି ଲୋକ ରହନ୍ତି ଭାରତରେ ସର୍ବସୁଦ୍ଧା ବଟସାନ ୭ ଦେଶୀୟ ବା କରଦ ଓ ମିତ୍ର ରାଜ୍ୟ ଅଛି ତହିଁ ମଧ୍ୟରୁ କାଶ୍ମୀର, ହାଇଦ୍ରାବାଦ, ଗୁଆଲିୟର ବରୋଦା ଓ ମହୀଶୂର ପ୍ରଧାନ ଏହା ଛଡ଼ା ନେପାଳ, ଭୂଟାନ ଓ ସିକିମ ନାମରେ ୩ଟି ସ୍ୱାଧୀନ ରାଜ୍ୟ ହିମାଳୟର ପାଦ ଓ ସାନୁ ଦେଶରେ ଅବସ୍ଥିତ

ଗଡ଼ଜାତମାନଙ୍କ ରାଜ୍ୟଶାସନ ତତ୍ତତ୍ ରାଜାମାନଙ୍କଦ୍ୱାରା ପରିଚାଳିତ ହୁଏ କିନ୍ତୁ ପ୍ରଜାମାନଙ୍କ ପ୍ରତି ଯେପରି ଅତ୍ୟାଚାର ନ ହୁଏ ଓ ରାଜାମାନେ ନିଜ ନିଜ ମଧ୍ୟରେ ଯେପରି ଯୁଦ୍ଧବିବାଦ ଆଦି ନ କରନ୍ତି ଏଥିପାଇଁ ଇଂରାଜ ସକାରଙ୍କ ପକ୍ଷରୁ ଜଣେ ଲେଖାଁଏ ପ୍ରତିନିଧି (ପୋଲିଟିକାଲ୍ ଏଜେଣ୍ଟ୍) ଗୋଟିଏ ଗୋଟିଏ ରାଜ୍ୟ ବା ରାଜ୍ୟପୁଞ୍ଜ ପାଇଁ ନିଯୁକ୍ତ ଅଛନ୍ତି ]

୨. ଓଡ଼ିଶାର ଦେଶୀୟ ନରପତିମାନଙ୍କଦ୍ୱାରା ଶାସିତ ରାଜ୍ୟ — ୨. The feudatory States of Orissa; Agency tracts of Orissa, formed into different states under Ruling Chiefs.

[ଦ୍ରଷ୍ଟବ୍ୟ —ଏ ରାଜ୍ୟମାନ ଇଂରାଜ ସରକାରଙ୍କଦ୍ୱାରା ସାକ୍ଷାତ ଭାବରେ ଶାସିତ ହୁଏ ନାହିଁ ପୂର୍ବେ ଯେଉଁ ସାମନ୍ତ ରାଜାମାନେ ଅର୍ଦ୍ଧସ୍ୱାଧୀନ ଭାବରେ ରାଜ୍ୟ ଭୋଗ କରୁଥିଲେ ତୋଡ଼ରମଲ୍ଲଙ୍କ ଓଡ଼ିଶା ବନ୍ଦୋବସ୍ତ ବେଳେ ସେମାନେ ସେହିପରି ରହିଲଲେ ଏବଂ ସେହି ସବୁ ରାଜ୍ୟ ସେହି ଦିନରୁ ଗଡ଼ଜାତ ନାମରେ ଅଭିହିତ ହେଲା (କୃପାସିନ୍ଧୁ ଇତିହାସ)

ପ୍ରାକୃତିକ ଉତ୍କଳର ସାମନ୍ତ ରାଜାମାନେ ଏକ ଏକ ଭୂଖଣ୍ଡ଼ର ଅଧିକାରୀ ଏବଂ ସେହି ସ୍ଥାନମାନଙ୍କରେ ଓଡ଼ିଶା ରାଜାମାନଙ୍କର ଗୋଟିଏ ଗୋଟିଏ ଗଡ଼ ଥିଲା (ଜଗବନ୍ଧୁ. ପ୍ରାଚୀନ ଉତ୍କଳ) ଗଡ଼ଜାତମାନ ସାଧାରଣତଃ ପର୍ବତ ଏବଂ ଅରଣ୍ୟପୂର୍ଣ୍ଣ ଓ ଏଥିରେ ବନ୍ୟ ଆଦିମନିବାସୀ ଲୋକଙ୍କ ସଂଖ୍ୟା ବେଶୀ ଏ ରାଜାମାନେ ସାଧାରଣତଃ ଇଂରାଜ ସରକାରଙ୍କୁ କର ବା ପେଷ୍କଷ୍ ଦିଅନ୍ତି ଓଡ଼ିଶା ଗଡ଼ଜାତମାନଙ୍କ ତତ୍ତାବଧାନ ପୂର୍ବେ ଓଡ଼ିଶାର କମିସନରଙ୍କଦ୍ୱାରା ହେଉଥିଲା ବର୍ତ୍ତମାନ ସମ୍ୱଲପୁରରେ ଜଣେ ଉଚ୍ଚ କର୍ମଚାରୀ (ପୋଲିଟିକାଲ ଏଜେଣ୍ଟ୍) ଗଡ଼ଜାତମାନଙ୍କର ତତ୍ତ୍ୱାବଧାନ କରନ୍ତି ଓଡ଼ିଶା ଗଡ଼ଜାତର ରାଜାମାନଙ୍କ ଅଧିକାର ଓ ବିଶେଷତ୍ୱ ଅନୁସାରେ ଶାସନସୌକର୍ଯ୍ୟାର୍ଥ ଓଡ଼ିଶାର ଗଡ଼ଜାତମାନଙ୍କୁ ତିନି ଗୋଟି ପୁଞ୍ଜରେ ବିଭକ୍ତ କରା ଯାଇଅଛି

୧ମ ପୁଞ୍ଜ—୫ ଗୋଟି ରାଜ୍ୟ, ଯଥା—ପାଟଣା, କଳାହାଣ୍ଡି ସୋନପୁର ବାମଣ୍ଡା, ରେଢାଖୋଲ

୨. ୟ ପୁଞ୍ଜ—୨ଟି ରାଜ୍ୟ, ଯଥା—ଗାଙ୍ଗପୁର, ବଣେଇ ୩ୟ ପୁଞ୍ଜ—୧୭:ଟି ରାଜ୍ୟ, ଯଥା—ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବଉଦ, ଖଣ୍ଡପଡ଼ା, ଦଶପଲ୍ଲା, ନୂଆଗଡ଼, ତାଳଚେର, ନୀଳଗିରି, ହିନ୍ଦୋଳ, ଆଠମଲ୍ଲିକ, ରଣପୁର, ନରସିଂହପୁର, ଆଠ୚ଡ଼, ପାଲଲହଡ଼ା, ବଡ଼ମ୍ୱା ଓ ତିଗିରିଆ

ଏହା ଛଡ଼ା ଛୋଟନାଗପୁରର ସୀମାଭୁକ୍ତ ଖରସୁଆ ଓ ଷଢେଇକଳା ଓଡ଼ିଶା ଗଡଜାତର ପୋଲିଟିକାଲ୍ ଏଜେଣ୍ଟ୍ଙ୍କ ତତ୍ତ୍ୱାବଧାନଭୁକ୍ତ ଅଟେ

ଓଡ଼ିଆ ରାଜାମାନେ ପୂର୍ବେ ୧୫୨୫: ସାଲ ପର୍ଯ୍ୟନ୍ତ ଉତ୍କଳର ସ୍ୱାଧୀନ ନରପତିମାନଙ୍କ ଅଧୀନରେ ସାମନ୍ତରାଜାରୂପେ ଥିଲେ ପରେ ୧୮୨: ସାଲ ପର୍ଯ୍ୟନ୍ତ ଗଡ଼ଜାତମାନ ମରହଟ୍ଟା (ନାଗପୁର ଭୋଁ ସଲା) ମାନଙ୍କର କରଦ ରାଜ୍ୟ ଥିଲା ମରହଟ୍ଟାମାନେ ସନ୍ଧିଦ୍ୱାରା ଇଂରାଜ— ସରକାରଙ୍କୁ ୧୭: ଗୋଟି ରାଜ୍ୟ ଦେଇ ଆଉ ୪୪: ଗୋଟି ରାଜ୍ୟ ନିଜ ଅଧୀନରେ ରଖିଥିଲେ ଇଂରାଜମାନେ ଓଡ଼ିଶାର ଏହି ୚ଡ଼ଜାତ— ମାନଙ୍କୁ ଓଡ଼ିଶାର ସାମିଲ୍ କରି ରଖିଲେ ପରେ ୧୯୫: ସାଲରେ ସମ୍ୱଲପୁର ଜିଲା ଓଡ଼ିଶା ବିଭାଗକୁ ଆସିବା ସମୟରେ କେତେଗୁଡ଼ିଏ ରାଜ୍ୟ (ବାମଣ୍ଡା, ଲୋନପୁର ଆଦି) ମଧ୍ୟପ୍ରଦେଶର ଛତିଶଗଡ଼ରୁ ଅଣାଯାଇ ଓଡ଼ିଶାର ଅନ୍ତର୍ଭୁକ୍ତ ହେଲା ପୁଣି ୧୯୧୬: ସାଲରରେ ଛୋଟନାଗପୁରର ଦୁଇଟି ଗଡ଼ଜାତ (ଖରସୁଆଁ, ଷଢେଇକଳା) ଏଡ଼ିଶାରେ ଅନ୍ତର୍ଭୁକ୍ତ ହେଲା

ଓଡ଼ିଶା ବଙ୍ଗପ୍ରଦେଶର ଅନ୍ତର୍ଭୁକ୍ତ ଥିବା ସମୟରେ ୧୯୫: ସାଲର ୧୨: ୧୩: ଓ ୧୪: କାନୁନ୍ ଅନୁସାରେ ମୋଗଲବନ୍ଦିରେ ବଳୁଥିବା ଆଇନ ଗଡ଼ଜାତମାନଙ୍କରେ ଚଳିବ ନାହି ବୋଲି ସରକାର ଆଇନ୍

କଲେ ଓ କଟକର ଜଜ ଏବଂ ମାଜିଷ୍ଟ୍ରେଟ ଗଡଜାତ ବିଷୟର ଭାର ପ୍ରାପ୍ତ ହେଲେ ତତ୍ପରେ ୧୮୧୬: ସାଲର ୧୧: କାନୁନ୍ ଓ ୧୮୫: ସାଲର ୨୧: ଆଇନ୍ ଅନୁସାରେ ଓଡ଼ିଶାର କମିଶନର୍ ସାହେବ ଗଡଜାତର ବିଷୟମାନ ବୁଝିବାର ଭାର ପ୍ରାପ୍ତ ହେଲେ କଲିକତା ହାଇକୋର୍ଟ ମୀମାସାଂ କଲେ ଯେ ଓଡ଼ିଶାର ଗଡଜାତମାନ ଓଡ଼ିଶାର ପ୍ରତିଷ୍ଠିତ ସରକାରୀ କୋର୍ଟମାନଙ୍କ ଇଲାକାର ବହିର୍ଭୁତ ଅଟେ, ଏପରି କି ସେମାନ ଇଂରାଜଶାସିତ ଭାରତର (British India) ଅନ୍ତର୍ଭୁକ୍ତ ବୋଲି ଗୃହୀତ ହୋଇ ନ ପାରେ ୧୮୯୪: ସାଲରୁ ଗଡଜାତ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର କରଦରାଜ୍ୟ (Feudatory States) ଆଖ୍ୟା ଦିଆ ଗଲା ଛତିଶଗଡ ଓ ଛୋଟନାଗପୁରରୁ କେତେକ ଗଡଜାତ ଆସି ଓଡ଼ିଶାରେ ମିଶିବା ପରେ ଏ ରାଜାମାନଙ୍କୁ ଶାସକ ରାଜା (Ruing chief) ଉପାଧି ଦିଆଗଲା ଓ ଏମାନଙ୍କୁ ସମ୍ୱଲପୁରରେ ଅବସ୍ଥିତ ପୋଲିଟିକାଲ୍ ଏଜେଣ୍ଟଙ୍କ ପରାମର୍ଶ ଓ କର୍ତ୍ତୃତ୍ୱାଧୀନ କରାଗଲା 

(୨୨୭୨୭: ୟଙ୍ଗ୍ ଉତ୍କଳ—ବିଶ୍ୱନାଥ ଦାଶ)

ମୋଗଲ ସମ୍ରାଟ ଆକବରଙ୍କ ଅମଳରେ ରାଜା ମାନସିଂହଙ୍କଟ ବନ୍ଦୋବସ୍ତ କାଗଜରୁ ଦେଖାଯାଏ ଯେ ଦକ୍ଷିଣ ଓଡ଼ିଶାରେ ୩ ଗୋଟି ରାଜବଂଶ (ଖୋର୍ଦ୍ଧା, ସାରଙ୍ଗଗଡ ଓ ଆଳି) ପ୍ରଧାନ ଥିଲେ ଏହି ୩ ରାଜ୍ୟର ରାଜାମାନେ ମୋଗଲ ଦରବାରରେ ମାନ୍ସବାଦାର୍ ହୋଇଥିଲେ, ମାତ୍ର ଜଗନ୍ନାଥ ଦେବଙ୍କ ସେବକ ବୋଲି ଖୋର୍ଦ୍ଧା ରାଜାଙ୍କର ପ୍ରାଧାନ୍ୟ ସର୍ବାପେକ୍ଷା ଅଧିକ ଥିଲା ଏମାନଙ୍କର ଅଧୀନ ଅନେକ ସାମନ୍ତରାଜା ଥିଲେ ଖୋର୍ଦ୍ଧା ରାଜାଙ୍କ ଅଧୀନରେ ୧—ବାଙ୍କି, ୨—ଡମପଡା, ୩—ଅଟ୍ରୀ, ୪—କାଲୁପଡା, ୫—ବଡମ୍ୱା, ୬—ତିଗିରିଆ, ୭—ନରସିଂହପୁର, ୮— ଅନୁଗଳ, ୯—ହିନ୍ଦୋଳ, ୧—ତାଳଚେର,୧୧: —ମୁଦ୍ରେଶ୍ୱର, ୧୨: —ଆଠଗଡ, ୧୩: —ଢେଙ୍କାନାଳ,୧୪: —ସାରଣ୍ଡା, ୧୫: — ଅନ୍ଧାରୀ, ୧୬: —ବଜ୍ରକୁଟ, ୧୭: —ଅତଳକୁଟ, ୧୮: —ମୟାଗଡ, ୧୯: —ଖଣ୍ଡପଡା, ୨—ରଣପୁର,୨୧: —ବାଣପୁର, ୨୨: — ଦଶପଲ୍ଲା, ୨୩: —ଘୁମସର, ୨୪: —ଖଲ୍ଲିକୋଟ,୨୫: —ସେରଗଡ, ୨୬: —ଟେକାଲି ରଘୁନାଥପୁର ଓ ଆଉ ୫ଟି ଏପରି ୩୧: ସାମନ୍ତ— ରାଜାଥିଲେ ଇଂରାଜ ପର୍ଯ୍ୟଟକ ମୋଟ୍ଟେ ସାହେବଙ୍କ ୧୭୭୬: ସାଲର ଭ୍ରମଣବୃତ୍ତାନ୍ତରୁ ଦେଖାଯାଏ ଯେ ଖୋରଧାରାଜାଙ୍କ ଅଧୀନସ୍ଥ ଢେଙ୍କାନାଳ, ବାଙ୍କି, ନରସିଂହପୁର, ତିଗିରିଆ, ବଡମ୍ୱା, ତାଳଚେର, ଖଣ୍ଡପଡା, ଦସପଲ୍ଲା, ହିନ୍ଦୋଳ, ଅନୁଗଳ ଓ ବୌଦ ଏହି ୧୧:ଟି ରାଜ୍ୟକୁ ରଘୁଜୀ ଭୋଁସଲା ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଚକଲାରେ ବିଭକ୍ତ କରିଥିଲେ; ତେଣୁ ଇଂରାଜମାନେ ଏହି ରାଜ୍ୟ— ମାନଙ୍କ ସହିତ ସ୍ୱମନ୍ତ୍ର ସମ୍ୱନ୍ଧ ସ୍ଥାପନ କଲେ ସାମନ୍ତରାଜାମାନେ ଗଜପତିଙ୍କଠାରୁ ବିଭିନ୍ନ ପଦବୀ ପାଇଥିଲେ କେବଳ ଅଳ୍ପ ସଂଖ୍ୟକ ସାମନ୍ତ (ଯଥା—ଆଳି, କୁଜଙ୍ଗ, କେନ୍ଦୁଝର, ମୟୁରଭଞ୍ଜ, ପଟିଆ ଓ ଦଶପଲ୍ଲା) ପ୍ରଥମରୁ ରାଜା ଥିଲେ ଅନ୍ୟମାନେ ଖଣ୍ଡାଏତ ବା ମହାନାୟକ ନାମରେ ପରିଚିତ ଥିଲେ, ମାତ୍ର ସେମାନଙ୍କ ପ୍ରଜାମାନେ ତାଙ୍କ ରାଜା ବୋଲି ଡାକୁଥିଲଲେ ଏମାନେ ଗଜପତିଙ୍କ ପରିବାରରେ ଥିଲା ବେଳେ ଭିନ୍ନ ଭିନ୍ନ ଖଟଣି (ସେବା) କରୁଥିଲେ ମାନସିଂହଙ୍କ ବନ୍ଦୋବସ୍ତ କାଗଜରୁ ଦେଖାଯାଏ ଯେ ମୋଗଲ ରାଜତ୍ନ ପ୍ରାରମ୍ଭରେ ଉତ୍ତର ଓଡ଼ିଶାରେ କେନ୍ଦୁଝର, ମୟୁରଭଞ୍ଜ ଓ ବିଷ୍ଣୁପୁର ଏହି ୩ଟି ବ଼ଡ ରାଜ୍ୟ ଥିଲା କେନ୍ଦୁଝର ରାଜାଙ୍କ ଅଧୀନରେ ୧୪: ଜଣ ସାମନ୍ତାଧିପତି ଥିଲେ ଧଳଭୁମ, ସିଂହଭୂମି, ନୀଲଗିରି, କପତିପଦା, ଜାମକୁଣ୍ଡାର ସାମନ୍ତମାନେ ମୟୁରଭଞ୍ଜ ଅଧୀନରେ ଥିଲେ ସମ୍ୱଲୁପୁର ରଜାଙ୍କ ଅଧୀନରେ ଗୁଡିଏ ସାମନ୍ତ ବା ଜମିଦାର ଥିଲେ ରେଢାଖୋଲ ଆଦି ରାଜ୍ୟରେ ସମ୍ୱଲପୁର ରାଜାଙ୍କ ଅଧୀନ ସାମନ୍ତ— ମାନେ ରାଜତ୍ୱ କରୁଥିଲେ ଲହଡା (ପାଲଲହଡା) ପ୍ରଥମେ ସମ୍ୱଲପୁର ରାଜାଙ୍କ ଅଧୀନ ସାମନ୍ତ ରାଜ୍ୟ ଥିଲା ପରେ ସମ୍ୱଲପୁର ରାଜା ଯୌତୁକ ସ୍ୱରୁପ ଏହି ସାମନ୍ତରାଜ୍ୟକୁ କେନ୍ଦୁଝର ରାଜାଙ୍କୁ ସମର୍ପଣ କଲେ ଲହଡାର ସାମନ୍ତ ସମ୍ୱଲପୁର ରାଜାଙ୍କୁ ଭେଟି ବା ପେସ୍କସ୍ ଦେବାକୁ ଗଲାବେଳେ ସ୍ତ୍ରୀ ବେଶରେ ଯାଉଥିଲେ ରେଢାଖୋଲର ରାଜା ସମ୍ୱଲପୁର ରାଜାଙ୍କ ନିକଟକୁ ଗଲାବଳେ କୁମ୍ଭୀର ପରି ଭୂଇଁରେ ଲୋଟି ଲୋଟି ଯାଉଥିଲେ (ପରମାନନ୍ଦ ଆଚାର୍ଯ୍ୟ. ଉତ୍କଳ ସାହିତ୍ୟ)

ମୋଗଲ ରାଜତ୍ୱରେ ସମ୍ରାଟରକ୍ଷିତ ରାଜ୍ୟ ମୋଗଲବନ୍ଦି ଏବଂ ସୈନିକ ଅଧିପତିଙ୍କ ଅଧିକୃତ ରାଜ୍ୟ ଗଡଜାତ ନାମରେ ଅଭିହିତ ହେଲା ଜଗବନ୍ଧୁ. ପ୍ରାଚୀନ ଉତ୍କଳ