ଗଡ଼ାଇବା

ଉଇକିଅଭିଧାନ‌ରୁ

ଗଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଗଡ଼ିବାର ଣିଜନ୍ତରୂପ — ୧. Causative form of Gaṟḍ̠ibā (to roll).
୨. କୌଣସି ଜଳୀୟ ବସ୍ତୁକୁ ଉଚ୍ଚ ସ୍ଥାନରୁ ନିମ୍ନକୁ ବୁହାଇବା — ୧. To cause a liquid to run down or to flow down.

(ଯଥା—ତାଳରୁ ପାଣି ଗଡ଼ାଇବା)

୩. (ଚକ୍ର ପ୍ରଭୃତି) ବର୍ତ୍ତୂଳାକାର ପଦାର୍ଥକୁ ଭୂମିରେ ଗତିକରାଇବା ବା ଲୋଟାଇବା — ୩. To roll a round thing on the ground.
୪. (ସମୟ) ଅତିକ୍ରାନ୍ତ କରିବା;(ନିରୁପିତ କାଳକୁ) ଟପାଇବା — ୪. To let the time pass.
୫. (ମାଳାକୁ)ଗୋଟି ଗୋଟି କରି ଜପିବା — ୫. To tell beads.
୬. (ଶଗଡ଼ ଆଦିକୁ) ନିମ୍ନକୁ ଗତି କରାଇବା — ୬. To cause downward motion.
୭. ବେଖାତିର କରିବା; ଅନାଦର କରିବା; ଏଡ଼ିବା — ୭. To disregard.

ଏହି ସକାଣରୁ ମୁଁ କହୁଛି ତୁମ୍ଭଙ୍କୁ ନ ଗଡ଼ାଇବ ମୋର କଥାଟି ବୃଥାକୁ—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୮. ବଡ଼ ଗଛକୁ ବା କାଠକୁ ସାନସାନ ଗଡ଼ରେ ପରିଣତ କରିବା; ତାଳ ନଡ଼ିଆ ପ୍ରଭୃତି ଲମ୍ୱା କାଠଗଣ୍ଡିକୁ ଛୋଟ ଛୋଟ ଗଡ଼ କରିବା; ଗଡ଼ଗଡ଼ କରି କାଟିବା — ୮. To cut into small lengths or pieces.

[ଦ୍ରଷ୍ଟବ୍ୟ —ଧୋବାମାନେ ଜାଳକାଠକୁ ଚିରିବା ପୁର୍ବରୁ ଗୋଟିଏ ଗଛର ବଡ଼ ଗଣ୍ଡିକୁ ଛୋଟଛୋଟ ଗଡ଼ରେ ଗଡାନ୍ତି ତା ପରେ ଉକ୍ତ ଗଡ଼ମାନଙ୍କୁ ଫାଳଫାଳ କରନ୍ତି]

୯. ପାତ୍ରରୁ ଜଳୀୟ ବସ୍ତୁକୁ ତଳକୁ ଅଜାଡ଼ିବା — ୯. To pour down (liquids).
୧. ଶଷ୍ୟଆଦି ପାଛୁଡ଼ିବା ସମୟରେ କୌଶଳପୂର୍ବକ କୁଲାକୁ ଚାଳିତକରି ତହିଁରୁ ଗୋଡ଼ଆଦିକୁ ଶସ୍ୟରୁ ପୃଥକ କରିବା; ଗିରେଇଁବା —୧୦. To cause pebbles etc slide down in the winnowing fan from the grains by skillful handling of the fan.

୧୧: (ସଂସ୍କୃତ - ଗଡ଼ ଧାତୁ)—(ଆଖିରୁ ଲୁହ;ପାଟିରୁ ନାଳ) ବୁହାଇବା; ସ୍ରାବିତ କରିବା — ୧୧. To shed; to let down (saliva from the mouth or tear from eyes.