ଗଡ଼ି

ଉଇକିଅଭିଧାନ‌ରୁ

ଗଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଡ଼୍ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଇ)[ସମ୍ପାଦନା]

୧. ବାଛୁରୀ —୧. Calf.
୨. ଅଳସ ପଶୁ; ମଠୁଆ ବଳଦ — ୨. An idle beast; a lazy ox.
୩. ଅମଣିଆ ବଳକଦ —୩. An unbroken ox; untrained ox.
୪. ମୃଗଛୁଆ —୪. A young deer.

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ପୁରୀ; ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଶଗଡ଼; ବଳଦ ଗାଡ଼ି — ୧. Bullock-cart; a vehicle drawn by oxen.

ଗୁଳି ବାରୁଦ ଗଡ଼ିମାନ ଭରି, ଲତା ବଳଦ ନୋହେ ଲେଖା କରି ବ୍ରଜନାଥ. ସମରତରଙ୍ଗ

୨. ଲମ୍ୱ ଓ ମୋଟା କାଠ; ଗଣ୍ଡି — ୨. A log of timber.
୩. ଘର ଚାଳର ଲମ୍ୱ ପଟି ବା ଅଂଶ; ଗରି — ୩. One of the long belts of a thatch of a house.

[ଦ୍ରଷ୍ଟବ୍ୟ —ଘରର ଚାଳ ମଥାନ ବା ତୁଳିଠାରୁ ୨ ଆଡ଼କୁ ଢାଲୁ ହୋଇ ଛୁଆଣି ହୋଇଥାଏ ଏକ ପାଖର ଉକ୍ତ ଚାଳକୁ ପଞ୍ଜରା ବୋଲାଯାଏ ପ୍ରତି ପଞ୍ଜରା ଚାଳରେ ଅନେକ ଲମ୍ୱ ଲମ୍ୱ ପଟି ଥାଏ ଲମ୍ୱ ପଟି ମାନଙ୍କୁ ଗଡ଼ି ବୋଲାଯାଏ ତୁଳି ବା ମଥାନକୁ ଲାଗିଥିବା ଗଡ଼ିକୁ 'କାତରାଗଡ଼ି' ବା 'କାନ୍ଧଗଡ଼ି' ଓ ତତ୍ପରବର୍ତ୍ତୀ ଗଡ଼ିକୁ 'କାନ୍ଧଆଗଡ଼ି' ଓ ଓଳି ତଳର ସଂଲଗ୍ନ 'ମୂଳଗଡ଼ି ବା ମୂଳାଗଡ଼ି' ବୋଲାଯାଏ]

୪. ସ୍ରୋତସ୍ୱତୀ ନଦୀର ଯେଉଁ ଉଚ୍ଚ ଅଂଶରୁ ଗଭୀରତର ନିମ୍ନ ଅଂଶକୁ ପାଣି ସ୍ରୋତ ଗଡ଼ି କରି ବହେ; ଗରି — ୪. Shallow part of a river with current from which water flows down.