ଗଣିବା
ଦେଖଣା
ଗଣିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗଣ୍ ଧାତୁ)
[ସମ୍ପାଦନା]- ୧. ସୁମାରି କରିବା; ସଂଖ୍ୟା କରିବା — ୧. To count; to enumerate.
- ୨. ଗୋଟି ଗୋଟି କରି ଗଣନା କରି ପ୍ରଦାନ କରିବା — ୨. To pay by counting one by one.
ଭେଟି ଦେବାପାଇଁ ପୃଥିବୀ ନୃପ ଶ୍ରେଣୀ ଭେଟି ଯୁଧିଷ୍ଠିରଙ୍କ ତାହା ଦେଲେ ଗଣି—କୃଷ୍ଣସିଂହ. ମହାଭାରତ. ସଭା
- ୩. ତୁଳନା କରିବା —୩. To compare.
- ୪. ବିଚାରିବା —୪. To consider; to deem.
କମଳଗଣେ କଣଳ ମରୀଚିକାକୁ ଯଥା— ଭଞ୍ଜ. କୋଟିବ୍ରହ୍ମାଣ୍ଡସିନ୍ଦରୀ
- ୫. ଅବକଳନା କରିବା —୫. To ascertain.
- ୬. (ପ୍ରମାଦ) ଆଶଙ୍କା କରିବା — ୬. To apprehend or fear.
ଆତଙ୍ଗେ ତାଣ୍ଡବବଳ ଗଣିଲେ ପ୍ରମାଦ—ରାଧାନାଥ,ବେଣୀସଂହାର
- ୭. ଲକ୍ଷ କରିବା —୭. To aim.
- ୮. ମାନିବା; ଖାତିର କରିବା —୮. To regard.
ଆହାର ବିହାର ନିନ୍ଦ୍ରାବେଶ ବିଷ ହୋଇ ତାକୁ ମୁଁ ନ ଗଣେ— କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା
- ୯. ନଗଦ ଧନ ଦେବା —୯. To pay cash.
- ୧. (କୌଣସି ବସ୍ତୁ ସଙ୍ଗେ) ଲେଖା କରିବା; ସମାନ କରିବା — ୧୦. To count or deem as.
ହେମନ୍ତକାଳ ଯେବେ ପୋଖରୀରେ ପାଣି ଥାଏ ବହୁ ସୁବର୍ଣ୍ଣ ଯାଗ ଫଳେ ଗଣି—କୃଷ୍ଣସିଂହ. ମହାଭାରତ. ଅନୁଶାସନ
୧୧: ଗଣନାପୂର୍ବକ ନିର୍ଣ୍ଣୟ କରିବା — ୧୧. To ascertain by calculation.
ଅଶ୍ୱମେଧ କରିବାକୁ ଶୁଭଦିନ ଗଣ ବିଶ୍ୱନାଥ. ବିଚିତ୍ରରାମାୟଣ
୧୨: ସମ୍ମାନ କରିବା — ୧୨. To show respect or regard.
ଯେ ଦକ୍ଷ ସ୍ୱଭାବେ ଶ୍ୱଶୁର ତାଙ୍କୁ ନ ଗଣିଲେ ଈଶ୍ୱର ଜଗନ୍ନାଥ. ଭାଗବତ
୧୩: ସ୍ମରଣ କରିବା —୧୩. To remember.
ହୋଇ ତୋ ଚରଣ ଧ୍ୟାୟି ଝୁରୁଥିବୁଁ ନିଜ ଭାଗ୍ୟ ଗଣି ଗଣି ଭିକାରୀ. ଗୀତ ଲହରୀ