ଗଣେଶ

ଉଇକିଅଭିଧାନ‌ରୁ

ଗଣେଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଣ= ବିଘ୍ନକାରୀ ସମୂହ+ଈଶ)[ସମ୍ପାଦନା]

୧. ଗଣନାଥ —୧. God Gaṇeṡa.

[ଦ୍ରଷ୍ଟବ୍ୟ —ଏ ମହାଦେବ ଓ ପାର୍ବତୀଙ୍କର କନିଷ୍ଠ ଓ ମତାନ୍ତରରେ ଜ୍ୟେଷ୍ଠ ପୁତ୍ର ମତାନ୍ତରରେ ପାର୍ବତୀଙ୍କ ଦେହରେ ମଳି ଚମରୁ ଜନ୍ମି— ଥିଲେ ଏ ବିଦ୍ୟାର ଅଧିଷ୍ଠତା ଦେବ ଓ ସମସ୍ତ ବିଘ୍ନବିନାଶକ ଅଟନ୍ତି ଏଥିପାଇଁ ପ୍ରତ୍ୟେକ ଅନୁଷ୍ଠାନରେ ଏହାଙ୍କୁ ପ୍ରଥମେ ଆବାହନପୂର୍ବକ ପୂଜା କରାଯାଏ ଏହାଙ୍କର ଗଜମସ୍ତକ, ଏକ— ଦନ୍ତ, ଥନ୍ତଲ ପେଟ ଓ ସାପ ପଇତା ଏହାଙ୍କର ବାହନ ମୂଷା

ଏ ହାତରେ ଗୋଟିଏ ଲଡ଼ୁ ଧରି ଥାଆନ୍ତି ପରଶୁରାମଙ୍କ ସହିତ ଯୁଦ୍ଦ କରି ଏହାଙ୍କର ଗୋଟିଏ ହାତୀଦାନ୍ତ ଭାଙ୍ଗି ଯାଇଥିଲା ମହାଦେବ ଏକ ଅସୁରକୁ ବଧ କରିବାକୁ ଯାଇଥିବା ସମୟରେ ଏ ପାର୍ବତୀଙ୍କଠାରୁ ଜାତ ହେଲେ ଓ ପାର୍ବତୀ ଏହାଙ୍କୁଦ୍ୱାରା ଜଗାଇ— ଥିଲେ ମହାଦେବ ଘରକୁ ଫେରି ଆସିଲା ବେଳେ ଏ ତାଙ୍କୁ ଆପଣା ପିତା ବୋଲି ଚିହ୍ନ ନ ପାରି ବାଟ ଛାଡ଼ିଲେ ନାହିଁ ଓ ମହାଦେବ ଏହାଙ୍କ ଶିର ଛେଦନ କରି ଭିତରକୁ ଯାଇ ପାର୍ବତୀଙ୍କ— ଠାରୁ ଏହାଙ୍କର ପରିଚୟ ପାଇ, ଫେରି ଆସି ଦେଖିଲା ବେଳକୁ ମୁଣ୍ଡଟି ନାହିଁ, ଗଣ୍ଡିଟି ପଡ଼ିଆଛି ମହାଦେବ ମୁଣ୍ଡଖୋଜି ନ ପାଇ ଉତ୍ତରକୁ ମୁଣ୍ଡ କରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଦେଇ ଏହାଙ୍କୁ ବଞ୍ଚାଇଲେ ଓ ତଦନୁସାରେ ଏହାଙ୍କର ହାତୀମୁଣ୍ଡ ହେଲା ଏ ମହାଦେବଙ୍କ ପ୍ରଥମ ଗଣର ସେନାପତି କଥିତ ଅଛି ଯେ ବ୍ରହ୍ମା ଏହାଙ୍କୁ ବ୍ୟାସୋକ୍ତ ମହାଭାରତର ଲେଖାରୂପେ ନିଯୁକ୍ତି କରଥିଲେ ରକ୍ତ ଚନ୍ଦନ, ରକ୍ତ ପୁସ୍ପରେ ଏହାଙ୍କୁ ପୂଜା କରାଯାଏ; ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ସ୍ୱତନ୍ତ୍ର ପୂଜା ହୁଏ ଏହାଙ୍କର ଅନ୍ୟ ନାମ— ଗଣନାଥ, ଗଣପତି, ଗଣାଗ୍ରମୀ, ଗଣାଧ୍ୱପ; ଗଣାଧିପତି, ଗଣେଶ୍ୱର, ଗଣେଶାନ, ଗଣନାୟକ, ଏକଦନ୍ତ, ଏକଦଂଷ୍ଟ୍ରା, ଗଜାସ୍ୟ, ଗଜବଦନ, ବିଘ୍ନରାଜ, ବିନାୟକ, ହୟଗ୍ରୀବ, ଦ୍ୱୌମାତୁର, ଲମ୍ୱୋଦର, ହେରମ୍ୱ, ଗଜାନନ, ବିଘ୍ନେଶ, ପରଶୁପାଣି, ଆଖୁଗ ଶୂର୍ପକର୍ଣ୍ଣ] 

୨. (ନାମ) 'ଜାତକାଳଙ୍କାର' ନାମକ ପ୍ରସିଦ୍ଧ ଫଳିତ ଜ୍ୟୋତିଷ ଗ୍ରନ୍ଥର ରଚୟିତା —୨. Name of the auther of a Sanscrit astrological treaties.

[ଦ୍ରଷ୍ଟବ୍ୟ —ଏ ଜାତିରେ ବ୍ରାହ୍ମଣ ତାପ୍ତୀ ନଦୀର ତୀରବର୍ତ୍ତୀ ସୂର୍ଯ୍ୟପୁର ନାମକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ]