Jump to content

ଗତ

ଉଇକିଅଭିଧାନ‌ରୁ

ଗତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗତା—ସ୍ତ୍ରୀ) 

(ଆଗତ—ବିପରୀତ)

  • (file)
  • (file)

ସଂସ୍କୃତ - ବିଶେଷଣ - (ଗମ୍ ଧାତୁ=ଯିବା+କର୍ତ୍ତୃ. ତ)[ସମ୍ପାଦନା]

୧. ଶେଷରେ ଘଟିଥିବା —୧. Last.
୨. ଅତୀତ —୨. Past.
୩. ମ଼ୃତ —୩. Dead; gone forever. departed; deceased.
୪. ପ୍ରସ୍ଥିତ; ଯେ ଯାଇଅଛି —୪. Gone; departed.
୫. ପତିତ (ଯଥା—ଆପଦ୍—ଗତ; ଭୂମିଗତ) — ୫. Fallen into.

ବଜ୍ର ଠାରୁ ନିଷ୍ଠୁର ଭୀମ ବାହୁ ଘାତ; ପାଇ ସେ ହିଡ଼ମ୍ୱ ଭୂମିକ ହୋଲା ଗତ କୃଷ୍ଣସିଂହ. ମହାଭାରତ. ବନ

୬. ସମାପ୍ତ —୬. Finished.
୭. (+କର୍ମ. ତ)—ପ୍ରାପ୍ତ; ଉପସ୍ଥିତ (ଯଥା—ଗତାନ୍ତ) — ୭. Reached; arrived at.
୮. (+କର୍ମ. ତ)—ଜ୍ଞାତ —୮. Known.
୯. (ସମାସରେ) ଅଧିକ ହୋଇଥିବା; ଅଗ୍ରସର ହୋଇଥିବା— (ଯଥା—ଗତବୟସ୍କ) —୯. Advanced.
୧. ସ୍ଥିତ—(ଯଥା—ଉଦରଗତ ବାୟୁ — ୧୦. Situated in; being in.

୧୧: ସମ୍ୱନ୍ଧୀୟ—(ଯଥା—ଜାତିଗତ ବିଷୟ) ୧୧. Relating to.

୧୨: ପ୍ରାପ୍ତ—(ଯଥା—ହସ୍ତଗତ) ୧୨. Acquired.

୧୩: ଅତିବାହିତ; ଅତିକ୍ରାନ୍ତ— (ଯଥା—ଗତଶୈଶବ, ଗତଯୌବନ) ୧୩. Elapsed.

୧୪: ଉଭେଇ ଯାଇଥିବା —୧୪. Disappeared.

୧୫: (ଅମୁକ)ଠାରେ ସମ୍ପର୍ଣ୍ଣରୂପେ କେନ୍ଦ୍ରୀଭୂତ— (ଯଥା—ଭ୍ରାତୃଗତ ଜୀବନ; ପୁତ୍ରଗତ ସ୍ନେହ) ୧୫. Concentrated on.

୧୬: ନଷ୍ଟ—(ଯଥା—ଗତାସୁ, ଗତାକ୍ଷ) ୧୬. Lost.

୧୭: ଦୂରୀଭୂତ—(ଯଥା—ଗତାଶ୍ମମ) ୧୭. Removed.

୧୮: ବିନଷ୍ଟ; କ୍ଷୟିତ—(ଯଥା—ଗତକଳ୍ମଷ) ୧୮. Destroyed.

ସଂସ୍କୃତ - ବିଶେଷ୍ୟ - (+ଭାବ.ତ)[ସମ୍ପାଦନା]

୧. ଗମନ; ଯିବା —୧. Going.

ଗତ ମନ ମନ କମ୍ପନ ଅପଘନ ଘନ ଘନ ଭଞ୍ଜ. ପ୍ରେମସୁଧାନିଧି

୨. ଗତି —୨. Motion.