ଗତି

ଉଇକିଅଭିଧାନ‌ରୁ

ଗତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+ଭାବ. ତି; ତୁଳ. ଇଂରାଜୀ - ଗେଇଟ୍)[ସମ୍ପାଦନା]

୧. ଗମନ —୧. Act of going; pace.
୨. ସଞ୍ଚାର; ଚଳନ —୨. Motion; rotation; course.
୩. ଗମନର ପ୍ରଣାଳୀ; ଚାଲିବାର ଢ଼ଙ୍ଗ —୩. Gait.
୪. ଜୀବନଯାତ୍ରା —୪. Course of life; made of life.
୫. ଯାତ୍ରା —୫. March; procession.
୬. ଅବସ୍ଥା —୬. Condition.

ଗୁରୁଜନ ତତି କାଣିଲେ କି ଗତି କବିସୂର୍ଯ୍ୟ କିଶୋରଚମ୍ପୁକ ଗୀତ

୭. ଜ୍ଞାନ —୭. Knowledge; wisdfom.
୮. ଜାଣିବା —୮. Knowing.
୯. ଅଗ୍ରସର ହେବା —୯. Onward progress.
୧୦. ଫଳ; ପରିମାଣ —୧୦. Result; issue.

ପଣ୍ଡିତ ଲୋକଙ୍କର ଯେ ଗତି ହୁଅଇ କୃଷ୍ଣସିଂହ. ମହାଭାରତ. ବନ

୧୧: ପ୍ରକାର; ସୂରୁପ —୧୧. Nature.
୧୨: ଘଟନାକ୍ରମ —୧୨. Course of event.
୧୩: ପ୍ରାପ୍ତି —୧୩. Attainment.
୧୪: ପ୍ରସ୍ଥାନ; ପ୍ରୟାଣ —୧୪. Departure.
୧୫: ନିର୍ବାହ —୧୫. continuance.
୧୬: (+ଅଧିକରଣ. ତି)—ପଥ; ଯିବାରମାର୍ଗ; ବାଟ — ୧୬. Path; way; passage; course.
୧୭: (+କରଣ. ତି) ଅବଲମ୍ୱନ; ଆଶ୍ରୟ — ୧୭. Refuge; recorse; resort; shelter; assylum.
୧୮: (+ କରଣ. ତି)—ଉପାୟ — ୧୮. Means; expedient.

କାହିଁଲୋ ମନ ସହୀ. ପ୍ରସନ୍ନ ହେଉ ନାହିଁ, କହ ଏଥିକି କେଉଁ ଗତି କିରେ କବିସୂର୍ଯ୍ୟ. ସଙ୍ଗୀତ

୧୯: ପ୍ରମାଣ —୧୯. Proof; evidence.
୨୦. ଭାଗ୍ୟ —୨୦. Fortune; fate.
୨୧: ଦୁଃଖ ଓ ପାପାଦିରୁ ମୁକ୍ତି — ୨୧. Release from pain or sin.
୨୨: ମୋକ୍ଷ; ସଂସାର ବନ୍ଧନରୁ ଉଦ୍ଧାର — ୨୨. Redemptuion; salvation; eternal bliss; beatitude.

ଓ ଚାରିଙ୍କର ରାଜା କେବେ ନାହି ଗତି କୃଷ୍ଣସିଂହ. ମହାଭାରତ

୨୩: ପ୍ରବେଶ —୨୩. Access; entrance.

(ଯଥା—ଅବାରିତଗତି)

୨୪: ସ୍ଥିତି; ସ୍ଥାନ —୨୪. Position; station; situation.
୨୫: ଗ୍ରହ ନକ୍ଷତ୍ରମାନଙ୍କର ଦୈନିକ ଚଳନ — ୨୫. Diurnal motion of stars and planets on their orbits.
୨୬: ଭଗନ୍ଦର ରୋଗ —୨୬. Fistula.
୨୭: ନଳୀ ଘା; ପୂଜା ବୋହୁଥିବା ଘା — ୨୭. Running would or sore; sinus.
୨୮: ମୃତୁପରେ ପୁନର୍ଜନ୍ମ —୨୮. Transmigration of soul; metempsychosis.
୨୯: ଅଭିପ୍ରାୟ —୨୯. Intention.

ମୋହଗତି ଜାଣି ଶିର ନୁହଇଁ ଭଞ୍ଜ. ପ୍ରେମାସୁଧାନିଧୀ

୩୦. ମନୋଭାବ —୩୦. Thought.

ସେ ଗତିକି ଛଳିଣ ମୁଁ ଭାବରେ ପକାଇଲେ ଚନ୍ଦନ ତାର ପରେ ଭଞ୍ଜ. ପ୍ରେମସୁଧାନିଧି

୩୧: ଢ଼ଙ୍ଗ; ରୀତି —୩୧. Mode; manner.

ଏଣୁ ତୋହର ଗତି ମୁହିଁ, ତୋ ମାୟା ବଳେ ନ ଜାଣଇଁ ଜଗନ୍ନାଥ. ଭାଗବତ

୩୨: ଜୀବନର ଅବସ୍ଥା (ଯଥା—ଶୈଶବ, ଯୌବନ; ଜରା) — ୩୨. A stage or period of life.


୩୩: (ବ୍ୟାକରଣ) ଅଳଂ, ତିରସ୍, ନମସ୍, ବହିସ୍, ପୁରସ୍ ଆଦି ଅବ୍ୟୟ ପଦ କୌଣସି କ୍ରିୟା ବା କ୍ରିୟାବାଚକ ବିଶେଷ୍ୟ ଆଦି ସଙ୍ଗେ ଯୁକ୍ତ ହୋଇ ପଦ ନିଷ୍ପନ୍ନ କରିବା ଅବସ୍ଥା (ଯଥା—ନମସ୍କାର; ବହିଷ୍କରଣ) —୩୩. (grammar) A term used when preposition and some other advarbial expressions are connected with the tenses of a varb or varbal derivatives to form words.
୩୪: ଜନ୍ମକାଳରେ ଶିଶୁର ଅବସ୍ଥା; ଶିଶୁ ମାତୃଗର୍ଭରୁ ଭୁମିଷ୍ଟ ହେଲା ବେଳେ ଯେଉଁ ଅବସ୍ଥାରେ ଥାଏ —୩୪. The position of a child at birth.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗତ୍ୟନ୍ତର; ଉପାୟାନ୍ତର — Alternative way; other means.

ନନ୍ଦ ନନ୍ଦନ ପେମା, ପ୍ରେମାରେ ନୁହେଁ ଜମା, ତପସ୍ୱୀନୀଙ୍କି ଯେବେ ଗତି ଥିବ କବିସୂର୍ଯ୍ୟ, କିଶୋର ଚମ୍ପୁ