ଗଦ

ଉଇକିଅଭିଧାନ‌ରୁ

ଗଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗଦ ଧାତୁ+ଅ)[ସମ୍ପାଦନା]

୧. (+କର୍ମ. ଅ) ରୋଗ ପୀଡ଼ା — ୧. Disease; sickness; illness.
୨. (+କର୍ତ୍ତୃ.ଅ) ଶ୍ରୀକୃଷ୍ଣଙ୍କର ସାନ ଭାଇ — ୨. Younger brother of Ṡrīkṛushṇa.
୩. (+ଭାବ .ଅ) କଥନ; କହିବା — ୩. Speaking.
୪. ବାକ୍ୟ —୪. Speech; sentence.
୫. (+କରଣ. ଅ) ବିଷ —୫. Poison.
୬. (କର୍ତ୍ତୃ. ଅ) ଘଡ଼ଘଡ଼ି —୬. Thunder.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଗଦ)[ସମ୍ପାଦନା]

୧. ସାପ କାମୁଡ଼ା ବା ଶିଶୁମାନଙ୍କର ଉଦର ରୋଗର ମହୌଷଧି— ବିଶେଷ; ଏକ ପ୍ରକାର ଗୁଳ୍ମର ସୁଗନ୍ଧ ଚେର — ୧. Sweet-scented root of a plant used as antidote against infantile diarrhoea and serpent-bite.

ମରମେ ଗଲା ଢ଼ଙ୍କ ହାଣି, କିମ୍ପା ନ ଦେଉ ଗଦ ଆଣି ଭୁପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ଗଦ ନାନା ପ୍ରକାର ଯଥା— କେଦାର, ଚକ୍ରକେଦାର, ନୀଳକଣ୍ଠ, ପଦ୍ମକେଦାର, କୁମୁଦାକର, ପରଶୁକେଦାର, ବାଉଁଶପର୍ତ୍ରିଆ ଇତ୍ୟାଦି]

୨. ମହୌଷଧ — ୨. Specific; antidote; medicament.

ଅଭୟ ଗତି ମୋର ପଦ , ତ୍ରିଗୁଣ ବନ୍ଧୁକୁ ମୁଁ ଗଦ ପ୍ରାଚୀ. ନିର୍ଗୁଣମହାତ୍ମ୍ୟ