ଗନ୍ଧମାଦନ

ଉଇକିଅଭିଧାନ‌ରୁ

ଗନ୍ଧମାଦନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗନ୍ଧ+ମଦ ଧାତୁ=ମତ୍ତ ହେବା+ଣିଚ+ କର୍ତ୍ତ୍ତୃ. ଅନ)[ସମ୍ପାଦନା]

୧. ରାମାୟଣବର୍ଣ୍ଣିତ ସର୍ବୌଷଧୀପୂର୍ଣ ହିମାଳୟସ୍ଥ ଗିରିବିଶେଷ ଓ ତହିଁର ଗୋଟିଏ ବନ — ୧. Name of a mountain and a forest in the Himalayan range said to contain rare medicinal drugs which can revive the dead.

ଯୁଧିଷ୍ଠିର ଜାଣିଣ ଭାଇଙ୍କର ମନ ଗନ୍ଧମାଦନକୁ କରି ପ୍ରଦକ୍ଷିଣ କୃଷ୍ଣସିଂହ. ମହାଭାରତ. ବନ

[ଦ୍ରଷ୍ଟବ୍ୟ —ରାମାୟଣବର୍ଣିତ ଏହି ପର୍ବତ ଇଳାବୃତ ଓ ଭଦ୍ରାଶ୍ୱ ବର୍ଷର ମଧ୍ୟରେ ଅବସ୍ଥିତ ନୀଳନିଷଧ ପର୍ଯନ୍ତ ଏହାର ବିସ୍ତାର ଶକ୍ତିବିଦ୍ଧ ହୋଇ ଲକ୍ଷ୍ମଣ ଭୂପତିତ ହୋବାରୁ ହନୁମାନ ଏହି ପର୍ବତରୁ ବିଶଲ୍ୟକରଣୀ ନାମକ ଔଷଦ ଆଣି ତାହାକୁ ପୁନରୁଜ୍ଜିବିତ କରି ଥିଲେଏ ପର୍ବତର ଉଚ୍ଚତା ୩୪୭୯: ଫୁଟ]

୨. ଗନ୍ଧକ —୨. Sulphur.
୩. ରାବଣର ନାମ —୩. A name of Rābaṇa.
୪. ଭ୍ରମର —୪. Black bee.
୫. ବାନରବିଶେଷ; ରାମାୟଣବର୍ଣିତ ବାନର ସେନାପତି — ୫. Name of a monkey-general described in the Rāmāyaṇa.

ବପୁ ଗନ୍ଧମାଦନ (୧) ପରି ଗନ୍ଧମାଦନ (<? ?>: /<? ?> ମଡ଼ି ପଡ଼ିଲା ଅବିଚ୍ଛିନ୍ନ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

କେନ୍ଦୁଝର ରାଜ୍ୟର ଗୋଟିଏ ପର୍ବତର ନାମ — Name of a mountain in the Keonjhar state.

ରଶ୍ମିରେଖା ତହୁଁ ଧାଇଁ ଆସିଥିବ ପଲକେ ଗନ୍ଧମାଦନେ ରାଧାନାଥ. ପାର୍ବତୀ

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଯାହା ଗନ୍ଧଦ୍ୱାରା ଲୋକକୁ ମତ୍ତ କରାଏ — Intoxicating people with its fragrance.