ଗମିବା
ଦେଖଣା
ଗମିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗମ ଧାତୁ)
[ସମ୍ପାଦନା]- ୧. ଗତି କରିବା; ଗମନ କରିବା — ୧. To go; To move.
ଋତୁପର୍ଣ୍ଣ ରଥ ଗମିଲା ଅତିଶୟେ—କୃଷ୍ଣସିଂହ. ମହାଭାରତ. ବନ
- ୨. (ଲକ୍ଷଣାର୍ଥ) ପ୍ରବେଶ କରିବା —୨. To enter.
ଧୀମନ୍ତ ଯୁଧିଷ୍ଠିର ସଙ୍ଗତେ ପୁରଜନ ବନ ମଧ୍ୟେ ଗମିବାକୁ କଲେ ମନ—କୃଷ୍ଣସିଂହ. ମହାଭାରତ. ଆଦି
- ୩. ପାଠକରିବା —୩. To read; to peruse.
- ୪. ବୁଝିବା; କୌଣସି ବିଷୟକୁ ଉତ୍ତମ ରୂପେ ବୋଧ କରିବା — ୪. To understand a thing; to comprehend.
ଗମି ଗମି ନ ପାରନ୍ତି ବେଦ ବେଦାନ୍ତରେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା
- ୫. ଧାରଣା କରିବା —୫. To realise.
ବିଷୟ ଅନ୍ତରେ ମନ ନଗମିବା ପାଇଁ ତେଣୁ କରି ମଧ୍ୟରେ ଅନ୍ତର ରଖି ନାହିଁ ଶିଶୁଶଙ୍କର. ଉଷାଭିଳାଷ
- ୬. (କାଳ) ଗତ ହେବା ବା ଅତିବାହିତ ହେବା — ୬. To expire (time; to pass).
- ୭. (କାଳ) କଟାଇବା ବା ଅତିବାହିତ କରିବା — ୭. To spend (time).
ଦିନ ଗମଇ ଦହି ଖେଦ ହୁତାଶେ—ରାଧାନାଧ,ମେଘଦୂତ
- ୮. ଅନୁଭବୀ ବା କୁଶଳୀ ହେବା — ୮. To be versed or experiensed in.
(ଯଥା—ସେ ଅମୁକ କାମରେ ଗମି ଗଲାଣି)
- ୯. ଗମ ହେବା; ଫିମ୍ଫି ମାରିବା — ୯. To become mouldy or stale.
ବୈଦେଶିକ - (ଆରବୀ - ଗୁମ୍ନା)
[ସମ୍ପାଦନା]ହଜିବା; ଗୁମିବା — To be missing.