ଗର୍ଭ

ଉଇକିଅଭିଧାନ‌ରୁ

ଗର୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ= ଗ୍ରାସ କରିବା+କର୍ମ. ଭ)[ସମ୍ପାଦନା]

୧. ଗର୍ଭାଶୟସ୍ଥ ଶୁତ୍ରଶୋଣିତମୟ ପିଣ୍ଡ; ଭ୍ରୁଣ — ୧. Foetus; an embryo.
୨. (+ ଅଧି. ଭ) ଜରାୟୁ —୨. Womb.
୩. ଗର୍ଭଧାରଣ —୩. Pregnancy; conception.
୪. ଗର୍ଭସ୍ଥ ଶିଶୁ —୪. The child in the womb.
୫. ଗର୍ଭଧାରଣ କାଳ — ୫. Time of conception; period of pregnancy.
୬. ଶିଶୁ —୬. Child,

ପକାଇ ଗର୍ଭ କଲେ ଇନ୍ଦ୍ର ଙ୍କର ପୁରେ—କୃଷ୍ଣସିଂହ. ମହାଭାରତ. ଆଦି

୭. ଉଦରସ୍ଥ ଅଗ୍ନି; ଜଠରାଗ୍ନି —୭. The disestive fire or energy in the system.
୮. କୁକ୍ଷି; ଉଦର ପେଟ —୮. Belly; abdomen.
୯. କୌଣସି ବସ୍ତୁର ଅଭ୍ୟନ୍ତର; ମଧ୍ୟସ୍ଥଳ — ୯. Interior; a recess inside of any thing.
୧. ନଦୀର ତଳ; ନଦୀର ଯେଉଁ ଅଂଶରେ ସାଧାରଣତଃ ବର୍ଷାଦିନେ ପାଣି ଥାଏ (ବିଶେଶତଃ ଭାଦ୍ରମାସ କୃଷ୍ଣ— ଚତୁର୍ଦ୍ଦଶୀ ଦିନ ନଦୀର ଯେଉଁ ଅଂଶ ଜଳରେ ପୂର୍ଣ୍ଣ ଥାଏ) —୧୦. The bed of a river (especially the part which is filled with water on the ୧୪th day of the dark fortnight of the month of Bhādraba.)

୧୧: ଗମ୍ଭୀର ଘର; ଭିତର ଘର — ୧୧. Inner apartment; an inner room.

୧୨: ଅନ୍ତୁଡ଼ିଶାଳ —୧୨. Lying-in chamber.

୧୩: ଗର୍ତ୍ତ —୧୩. Hole.

୧୪: ଅଗ୍ନି —୧୪. Fire.

୧୫: ପଦ୍ମ ଫୁଲର ମଧ୍ୟରେ ଥିବା ବୀଜାଧାର; ପଦ୍ମକୋଷ — ୧୫. The calyx of a lotus.

୧୬: ସଂଯୋଗ —୧୬. Joining, union.

୧୭: ପୁତ୍ର —୧୭. Male child.

୧୮: ଖାଦ୍ୟ; ଅନ୍ନ —୧୮. Food.

୧୯: କଦଳୀ, ଗୁଆ, ନଡ଼ିଆ, ବାଉଁଶ ଆଦି ଗଛର ଖୋଳପା — ୧୯. The spathe of a plant

୨. ପନସ କଣ୍ଟାକ; ପଣସ ଫଳର ଚୋପାର କଣ୍ଟାକ — ୨୦. The pointed pyramids of the rind of a jackfruit.

୨୧: ନାଟ୍ୟରେ ସନ୍ଧିବିଶେଷ — ୨୧. Interlude in a drama.

୨୨: ପକ୍ଷିଶାବକ — ୨୨. Brood or young ones of birds; fledglings.


[ଦ୍ରଷ୍ଟବ୍ୟ —ସମାସରେ ମଧ୍ୟ ଅନ୍ତଃସ୍ଥଳ, ଅଭ୍ୟନ୍ତରଆଦି ଅର୍ଥରେ ଗର୍ଭଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ମିଶେ ଯଥା; ଅଗ୍ନିଗର୍ଭ, ସାରଗର୍ଭ, ହରିଣ୍ୟଗର୍ଭ, ଗର୍ଭାଙ୍କ ]