ଗହଳ
ଦେଖଣା
ଗହଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗହନ)
[ସମ୍ପାଦନା]- ୧. ଗୋଳମାଳ; ବହୁ ଜନ ସମାଗମ— ଜନିତ ଗଣ୍ଡଗୋଳ —୧. Uproar or noise due to a crowd; turmoil.
ଚଣ୍ଡିକା ଦେଉଳେ ଲାଗିଛି ଗହଳ— ରାଧାନାଥ. ନନ୍ଦକେଶ୍ୱରୀ
- ୨. ବହୁଜନଲମାଗମ; ଭିଡ଼; ଜନତା —୨. Crowd.
- ୩. ପ୍ରାଚୁର୍ଯ୍ୟ; ବହୁଳତା —୩. Density; excess.
ଗୁଳ୍ମ ଗହଳେ ପଥ ଗଲାଟି ହରି—ରାଧାନାଥ. ତୁଳସୀ ସ୍ରବକ
- ୪. ସମଭିବ୍ୟାହାର; ସଙ୍ଗ —୪. Company.
ସଖିବୃନ୍ଦଙ୍କ ଗହଳେ—ନନ୍ଦକିଶୋର. ନିଝରୀଣୀ
ଦେଶଜ - ବିଶେଷଣ - (ସଂସ୍କୃତ - ଗହନ)
[ସମ୍ପାଦନା]ଘନ; ନିବିଡ଼; ଘଞ୍ଚ — Dense; thickly set.
ଅଳକତ ଦ୍ରବ ନୟନେ ବୋଳି, ରସାଳ ଗହଳେ ଶାଖାରେ ଖେଳି କବିସୂର୍ଯ୍ୟ . କବିତା
ଗ୍ରାମ୍ୟ.ବିଶେଷଣ -
[ସମ୍ପାଦନା]- ୧. ଦୁର୍ବୋଧ୍ୟ —୧. Difflcult to understand.
ଅତି ଗହଳ କଥା ଏହି, ତୋ ଆଗେ କହିଦେବା ଫେଇ
- ୨. ଗୂଢ଼ —୨. Mysterious.