ଗିରି

ଉଇକିଅଭିଧାନ‌ରୁ

ଗିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ= ଗ୍ରାସ କରିବା+ କର୍ତ୍ତୃ. ଇ)[ସମ୍ପାଦନା]

୧. ପର୍ବତ — ୧. Mountain.
୨. ଦଶନାମୀ ସନ୍ନାସୀମାନଙ୍କର ଶ୍ରେଣୀ ବା ଉପାଧିବିଶେଷ — Title of a class of anchorites or ascetics.

[ଦ୍ରଷ୍ଟବ୍ୟ —ପରିବ୍ରାଜକ ଓ ତାନ୍ତ୍ରିକ ସନ୍ୟାସୀମାନେ ମଧ୍ୟ ଏ ଉପାଧି ଗ୍ରହଣ କରନ୍ତି—ହିନ୍ଦୀ - ଶବ୍ଦସାଗର]

୩. ନେତ୍ରରୋଗବିଶେଷ —୩. A disease of the eye.
୪. ଆଠ ସଂଖ୍ୟା —୪. The number '୮'
୫. ଗେନ୍ଦୁକ; ପେଣ୍ଡ଼ୁ —୫. Play-ball.
୬. ଗିଳିବା; ଭକ୍ଷଣ —୬. Eating; swallowing.
୭. ମେଘ —୭. Cloud.
୮. (ସ୍ତ୍ରୀ) ବାଳମୂଷିକା; ଛୋଟମୂଷା —୮. A small rat.
୯. ପାରଦ ଧାତୁର ଦୋଷବିଶେଷ, ଯାହା ଶୋଧିତ ନ ହେଲେ ସେବନକାରୀକୁ ଜଡ଼ୣ କରିଦିଏ (ହିନ୍ଦୀ - ଶବ୍ଦସାଗର) ୯. A defect found in crude mercury.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ପୂଜ୍ୟ, ମାନନୀୟ —Venerable; respectable

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କାନର କୋମଳତମ ଅନ୍ତଃସ୍ଥଳ —Tenderest part inside the ear-hole; the soft membrane inside the ear.

ବୈଦେଶଜ - ପ୍ରତ୍ୟୟ (ଫା) (ସଂସ୍କୃତର, ତା ତ୍ୱ ପ୍ରତ୍ୟୟପରି) (କୌଣସି ବ୍ୟବସାୟ ବା ଅବଲମ୍ୱନ ବା କାର୍ଯ୍ୟ ଅର୍ଥରେ ଅନ୍ୟ ପଦ ସଙ୍ଗେ ପ୍ରଯୁଜ୍ୟ; ଯଥା:—ବାବୁଗିରି; କିରାଣିଗିରି)[ସମ୍ପାଦନା]

ପଣିଆ; ଅବସ୍ଥା —A suffix denoting the state of being (corresponding to the English suffix ism.)

ପ୍ରାଦେଶିକ - (ସମ୍ୱଲପୁର)[ସମ୍ପାଦନା]

ବିନ୍ଧଶୀ —Angling rod.