ଗିରି
ଦେଖଣା
ଗିରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ= ଗ୍ରାସ କରିବା+ କର୍ତ୍ତୃ. ଇ)
[ସମ୍ପାଦନା]- ୧. ପର୍ବତ — ୧. Mountain.
- ୨. ଦଶନାମୀ ସନ୍ନାସୀମାନଙ୍କର ଶ୍ରେଣୀ ବା ଉପାଧିବିଶେଷ — Title of a class of anchorites or ascetics.
[ଦ୍ରଷ୍ଟବ୍ୟ —ପରିବ୍ରାଜକ ଓ ତାନ୍ତ୍ରିକ ସନ୍ୟାସୀମାନେ ମଧ୍ୟ ଏ ଉପାଧି ଗ୍ରହଣ କରନ୍ତି—ହିନ୍ଦୀ - ଶବ୍ଦସାଗର]
- ୩. ନେତ୍ରରୋଗବିଶେଷ —୩. A disease of the eye.
- ୪. ଆଠ ସଂଖ୍ୟା —୪. The number '୮'
- ୫. ଗେନ୍ଦୁକ; ପେଣ୍ଡ଼ୁ —୫. Play-ball.
- ୬. ଗିଳିବା; ଭକ୍ଷଣ —୬. Eating; swallowing.
- ୭. ମେଘ —୭. Cloud.
- ୮. (ସ୍ତ୍ରୀ) ବାଳମୂଷିକା; ଛୋଟମୂଷା —୮. A small rat.
- ୯. ପାରଦ ଧାତୁର ଦୋଷବିଶେଷ, ଯାହା ଶୋଧିତ ନ ହେଲେ ସେବନକାରୀକୁ ଜଡ଼ୣ କରିଦିଏ (ହିନ୍ଦୀ - ଶବ୍ଦସାଗର) ୯. A defect found in crude mercury.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପୂଜ୍ୟ, ମାନନୀୟ —Venerable; respectable
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାନର କୋମଳତମ ଅନ୍ତଃସ୍ଥଳ —Tenderest part inside the ear-hole; the soft membrane inside the ear.
ବୈଦେଶଜ - ପ୍ରତ୍ୟୟ (ଫା) (ସଂସ୍କୃତର, ତା ତ୍ୱ ପ୍ରତ୍ୟୟପରି) (କୌଣସି ବ୍ୟବସାୟ ବା ଅବଲମ୍ୱନ ବା କାର୍ଯ୍ୟ ଅର୍ଥରେ ଅନ୍ୟ ପଦ ସଙ୍ଗେ ପ୍ରଯୁଜ୍ୟ; ଯଥା:—ବାବୁଗିରି; କିରାଣିଗିରି)
[ସମ୍ପାଦନା]ପଣିଆ; ଅବସ୍ଥା —A suffix denoting the state of being (corresponding to the English suffix ism.)
ପ୍ରାଦେଶିକ - (ସମ୍ୱଲପୁର)
[ସମ୍ପାଦନା]ବିନ୍ଧଶୀ —Angling rod.