ଗୀତ
ଦେଖଣା
ଗୀତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗାନ କରିବା+ଭାବ. ତ)
[ସମ୍ପାଦନା]- ୧. ଗାନ; ସଙ୍ଗୀତ —୧. Song.
[ଦ୍ରଷ୍ଟବ୍ୟ —ସଙ୍ଗୀତ ଶାସ୍ତ୍ର ଅନୁସାରେ ଧାତୁ ଓ ମାତ୍ରାଯୁକ୍ତ ବାକ୍ୟକୁ ଗୀତ ବୋଲାଯାଏ ଗୀତ ୨ ପ୍ରକାର, ବୈଦିକ ଓ ଲୌକିକ— ବୈଦିକ ଗୀତକୁ ସାଣ ବୋଲାଯାଏ ସାମଦେବ ବୈଦିକ ଗୀତରେ ପୂର୍ଣ୍ଣ; ଲୌକିକ ଗୀତ ମଧ୍ୟ ୨ ପ୍ରକାର—ମାର୍ଗ ଓ ଦେଶୀ ଶୁଦ୍ଧରାଗ ଓ ରାଗିଣୀମାନ ମାର୍ଗର ଅନ୍ତର୍ଗତ ଏବଂ ଆଜିକାଲି ନାନାସ୍ଥାନରେ ଚଳିବା ଗୀତକୁ ଦେଶୀ ବୋଲାଯାଏ (ଯଥା ଦାଦରା, ଟପ୍ପା, ଗଜଲ୍, ଠମରୀ)—ହି ଶବ୍ଦସାଗର]
- ୨. ପୁନଃ ପୁନଃ ଏକବାକ୍ୟ କଥନ — ୨. Recital; repetition of a word.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛନ୍ଧୋବଦ୍ଧ ରଚନା —୧. Poetry; poem.
- ୨. ଗାୟନ; ଗାଇବା କର୍ମ —୨. Singing.
ସଂସ୍କୃତ - ବିଶେଷଣ - (+କର୍ମ. ତ)
[ସମ୍ପାଦନା]- ୧. ଗାନ କରାଯାଇଥିବା — ୧. Sung.
- ୨. ଉଚ୍ଚାରିତ —୨. Uttered.
- ୩. ବର୍ଣ୍ଣିତ —୩. Described.
- ୪. କଥିତ —୪. Spoken.
- ୫. ପୁନଃ ପୁନଃ କଥିତ ବା ଉଚ୍ଚାରିତ — ୫. Repeatedly uttered or spoken.