ଗୁଡ଼

ଉଇକିଅଭିଧାନ‌ରୁ

ଗୁଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଡ)[ସମ୍ପାଦନା]

୧. ଇକ୍ଷୁ ରସରୁ ପ୍ରସ୍ତୁତ ମିଷ୍ଟା ଦ୍ରବ୍ୟବିଶେଷ — ୧. Molasses; treacle; raw sugar.

[ ଦ୍ର—ଆଖୁ ରସ ବା ଦୋରୁଅକୁ ଆଉଟି ବହଳ କରି ଏହା ପ୍ରସ୍ତୁତ କରାଯାଏ ଭେଲି ଗୁଡ଼, ଛେଦା ବା ଛେଦରା ଗୁଡ଼ ଓ ଝରା ଗୁଡ଼ ଏପରି ୩ ପ୍ରକାର ଗୁଡ଼ ହୁଏ]

୨. ହସ୍ତୀର ସଜ୍ଜା — ୨. Equipments for an elephant.
୩. ଗ୍ରାସ —୩. Eating.
୪. (ଗଡୁ ଧାତୁ+କର୍ତ୍ତୃ. ଅ)— ଗୋଲକ; ଗୋଲାକାର ବସ୍ତୁ —୪. Round ball.
୫. ଖେଳିବାର ପେଣ୍ଡୁ —୫. Play-ball.

ଗ୍ରାମ୍ୟ - ବିଶେଷ୍ୟ - (ଶିଶୁରଞ୍ଜନ ଭାଷା)[ସମ୍ପାଦନା]

ବାଳକମାନଙ୍କର ଲିଙ୍ଗ — An infant boy's penis.

ଦେଶଜ - ବିଶେଷଣ -[ସମ୍ପାଦନା]

ମିଷ୍ଟ —Sweet.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ ଆସାମୀ ଗୁଡ଼=ଗୁଣ୍ଡ)[ସମ୍ପାଦନା]

୧. ଗୁଣ୍ଡ —୧. Powder; dust.
୨. (ବାଲେଶ୍ୱର; ଗୋ ସ୍ଥାନରେ ଗୁ ଉଚ୍ଚାରଣ) ବି— ଗୋଡ଼ —୨. Leg.
୩. (ଗଡ଼ଜାତ) ବି—ଖେଳରେ ହାରିବା ଲୋକ ନେବା ବୋଝ —୩. Beat received by the defeated party.