ଗୁଣ୍ଡୁଚି

ଉଇକିଅଭିଧାନ‌ରୁ

ଗୁଣ୍ଡୁଚି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବୃକ୍ଷଚାରୀ ମୂଷିକ ଜାତୀୟ ଜୀବ ବିଶେଷ — ୧. The grey squirrel.

ପତ୍ର ଅନ୍ତରାଳେ ରିବିଲେ ଗୁଣ୍ଡୁଚି— ରାଧାନାଥ ନନ୍ଦିକେଶ୍ୱରୀ

[ ଦ୍ର—ଏହାର ଦେହ ପାଉଁଶିଆ, ପେଟ ଧଳା ଓ ପିଠିରେ ୪ଟି କଳା ଲମ୍ୱ ଡୋରା ଅଛି ଏହାର ଲାଞ୍ଜ ଲମ୍ୱ ଓ ଝାମ୍ପୁଡ଼ା, ଏହାର ଲୋମ ଖୁବ୍ ନରମ ପ୍ରବାଦ ଅଛି ଯେ ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିବା ସମୟରେ ଗୁଣ୍ଡୁଚିମୂଷା ତାହାର ଯଥାଶକ୍ତି ଉକ୍ତ ବନ୍ଧ ପକାଇବା କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ଜଳରେ ବୁଡ଼ି ଓଦା ହୋଇ ବାଲିରେ ଗଡ଼ି ଗଡ଼ି ଦେହରେ ଲାଗିଥିବା ବାଲିକୁ ବନ୍ଧ ଉପରେ ଝାଡ଼ୁଥାଏ; ରାମଚନ୍ଦ୍ର ଏହା ଦେଖି ଏହି କ୍ଷୁଦ୍ର ଜୀବ ଉପରେ ସନ୍ତୁଷ୍ଟ ହୋଇ ତା ପିଠି ଆଉଁସିଦେଲେ ଏବଂ ତାଙ୍କ ଆଙ୍ଗୁଠିର ଦାଗ ଗୁଣ୍ଡୁଚିମୂଷା ପିଠିରେ ସେହି ଦିନରୁ ରହିଗଲା]

୨. ପକ୍ଷିବିଶେଷ —୨. A kind of bird.

ବଣୀ ବସନ୍ତ ଗୁଣ୍ଡୁଚି ଲଉଆ—ପ୍ରାଚୀ. ପ୍ରତାପ ଶଶିସେଣା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - କାଞ୍ଚୀ)[ସମ୍ପାଦନା]

କମରପଟା (୨) (ଦେଖ) - Kamarapaṭā (୨) (See)