ଗୁଳଞ୍ଚ

ଉଇକିଅଭିଧାନ‌ରୁ

ଗୁଳଞ୍ଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ସଂସ୍କୃତ - ପର୍ଯ୍ୟାୟ—ଗୂଡ଼ୂଚୀ, ଗୁଡ଼ଚୀ ଗୁଡ଼ୁଚୀ, ମଧୂପର୍ଣ୍ଣୀ, ମଧୁପର୍ଣ୍ଣୀକା, ଅମୃତ, ଅମୃତବଲ୍ଲୀ, ଅମୃତବଲ୍ଲରୀ, ଛିନ୍ନା, ଛିନ୍ନରୁହା, ଛିନ୍ନୋଦ୍ଭବା, ବତ୍ସାଦନୀ, ଜୀବନ୍ତିକା; ଜୀବନ୍ତୀ, ତନ୍ତ୍ରୀକା, ତନ୍ତ୍ରୀ, ସୋମା, ସୋମବଲ୍ଲୀ, କୁଣ୍ଡଳୀ, ଭଷକପ୍ରିୟା, ଚକ୍ରଲକ୍ଷଣିକା, ଧୀରା, ବିଶାଲ୍ୟା, ରସାୟନୀ, ଚନ୍ଦ୍ରହାସ, ବୟଃସ୍ଥା, ଛଦ୍ନା, ଦେବନିର୍ମିତା, ନିର୍ଜରା, ଉଦ୍ଧାରା, ବରା, ଜ୍ୱରାରି, ଶ୍ୟାମା, ଚକ୍ରାଙ୍ଗୀ, ମଗକୁମାରିକା
  • ବଙ୍ଗାଳୀ: গুডুচি, গুল
  • ହିନ୍ଦୀ: गुड़च, गिलो, गुरुच
  • ଫରାସୀ - ଗିଲାଇ ଆରବୀ - ଗିଲୋଇ ତେଲୁଗୁ - ତିଷ୍ପତିଗା, ତିୟତିଜ

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଗୂଡ଼ୂଚୀ; ଗୂଡ଼ଚୀ)[ସମ୍ପାଦନା]

ଔଷଧାର୍ଥେ ବ୍ୟବହୃତ ଲତାବିଶେଷ — Coculum Cordifolia; Tinospora Cordifolia, Menispermum Glabrum.

[ଦ୍ରଷ୍ଟବ୍ୟ —ଏ ଲତା ଦଉଡ଼ି ପରି ମୋଟା ଓ ଲମ୍ୱ, ଏହା ଅନ୍ୟ ଗଛ ଉପରେ ମାଡ଼ିଯାଏ ଏହାର ପତ୍ର ପାନ ଆକୃତିର ଓ ଲୋମଶୂନ୍ୟ, ଫୁଲ ଛୋଟ ଓ ପାଚିଲେ ନାଲି ଦିଶେ

ଏହି ଲତାକୁ ଛେଚି ପାଣିରେ ପକାଇଲେ ସେଥିରୁ ଏକ ପ୍ରକାର ଶ୍ୱେତବର୍ଣ୍ଣ ପାଳୁଆ ପତ୍ର ତଳେ ବସି ଯାଏ ଏହି ଲତାର ଗଣ୍ଠିରୁ ଜଟା ବାହାରି ଭୂମିରେ ଲାଗି ଚେରରେ ପରିଣତ ହୁଏ

ଏହା କଟୁତିକ୍ତ କଷାୟ, ମଧୁରବିପାକ ରସାୟନ, ସଳସଂଗ୍ରାହ, ଉଷ୍ଣବୀର୍ଯ୍ୟ, ଲଘୁ, ବଳକର ଓ ଅଗ୍ନିଦୀପକ; ଏହା କ୍ରିଦୋଷ, ଆମ, ତୃଷ୍ଣା, ଦାହ, ପ୍ରମେହ, କାସ, ପାଣ୍ଡୁ, କାମଳ, କୁଷ୍ଠ, ବାତରକ୍ତ, ଜ୍ୱର, କୃମି, ଶ୍ୱାସ, ବାୟୁ, ମୂତ୍ରକୃଚ୍ଛ୍ର ଓ ହୃଦ୍ରୋଗନାଶକ]