ଗେଣ୍ଡ଼ାଳିଆ

ଉଇକିଅଭିଧାନ‌ରୁ

ଗେଣ୍ଡ଼ାଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜଳାଭୂମିରେ ଚରିବା କୂଳେଚର ବର୍ଗର ଏକପ୍ରକାର ପକ୍ଷୀ — ୧. A kind of wading bird frequentig water-logged places and subsisting on snails; the open bill; the open-beak.

ଉଡ଼ିଗଲେ ଗେଣ୍ଡ଼ାଳିଆ ଝାଡ଼ିଦେଲେ ପକ୍ଷୀ ଗ୍ରାମ୍ୟଗାଥା

[ ଦ୍ର—ଏମାନଙ୍କ ଦେହ ଧଳା, ଗୋଡ଼ ଡ଼େଙ୍ଗା, ଥଣ୍ଟ ଲମ୍ୱ ଓ ୨ଫୁଟ ମଧ୍ୟରେ ସଣ୍ଡ଼ୁଆସୀ ପରି ଫାଙ୍କ ଥାଏ ଏମାନଙ୍କର ଲାଞ୍ଜ— ପାଖର ପକ୍ଷ କଳାମିଶା ସବୁଜ, ଆଖି ପାଖ ଓ ଗଳାରେ ପର ନ ଥାଏ ମାଂସ ଲୋଭରେ ଶିକାରୀମାନେ ଏମାନଙ୍କୁ ମାରନ୍ତି, ଗ୍ରୀଷ୍ମକାଳରେ ଏମାନେ ପଲପଲ ହୋଇ ଶୁଖିଲା ବିଲରେ ଚରି ଗେଣ୍ଡ଼ା ସାମୁକା ଖୋଳିକରି ଖାଆନ୍ତି ଏମାନେ ବଢ଼ିଆକାଙ୍କ ଜାତୀୟ ଲମ୍ୱ ଗୋଡ଼ିଆ ଓ ଲମ୍ୱଥଣ୍ଟିଆ ପକ୍ଷୀ]

୨. ଗାଈଗେଣ୍ଡାଳିଆ ନାମକ ଗୁଳ୍ମ — ୨. Name of a plant.

[ ଦ୍ର—ଏହା ହଳଦୀ ବା ଅଣଖୁଆ ଗଛପରି ତିନି ଫୁଟ ବଢ଼େ ଓ ଏଥିରୁ ଫୁଲ ମଞ୍ଜରୀଟି ସପୁରିପରି ଗଛ ଅଗରୁ ବାହାରେ ଏହି ମଞ୍ଜରୀଟି ଗାଢ ରକ୍ତବର୍ଣ୍ଣ ଗଡ଼ଜାତରେ ଗହ୍ମାପୂର୍ଣ୍ଣମୀ ଦିନ ଗାଈଙ୍କି ଏ ଗଛରେ ବାଡ଼ିଆନ୍ତି ]

୩. ଏକପ୍ରକାର ସାପ —୩. A kind of snake.