ଗ୍ରହ

ଉଇକିଅଭିଧାନ‌ରୁ

ଗ୍ରହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗ୍ରହ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ଧାରଣ; ଧରିବା — ୧. Act of taking; hold. grasp; seizing.
୨. ସ୍ୱୀକରଣ —୨. Acceptance.
୩. ବୋଧ — ୩. Understanding; comprehension.
୪. ମୁଖରେ ଉଚ୍ଚାରଣ — ୪. Utterance; mention.
୫. (+କର୍ତ୍ତୃ. ଅ) ଆକାଶର ଚନ୍ଦ୍ର ସୁର୍ଯ୍ୟାଦି ଜ୍ୟୋତିଷ୍କଗଣ (ପରସ୍ପରକୁ ଆକର୍ଷଣ କରୁଥିବାରୁ) —୫. Planet.

[ଦ୍ରଷ୍ଟବ୍ୟ —ସୂର୍ଯ୍ୟ ନିଜର ଆକର୍ଷଣଦ୍ୱାରା ଆଉ କେତେଗୁଡ଼ିଏ ଜ୍ୟୋତିର୍ମୟ ବସ୍ତୁକୁ ଶୁନ୍ୟରେ ଟୋଣି ରଖିଥିବାରୁ ସେ ବସ୍ତୁମାନ ସୂର୍ଯ୍ୟଙ୍କ ଚାରିପାଖେ ଅଣ୍ଡାକାର ପଥରେ (Ellipse ରେ) ବୁଲୁଅଛନ୍ତି ଏହି ବୁଲିବା ବସ୍ତୁମାନଙ୍କୁ ଗ୍ରହ ବୋଲାଯାଏ ଏମାନଙ୍କ ମଧ୍ୟରେ ସୂର୍ଯ୍ୟ ସମସ୍ତଙ୍କଠାରୁ ବଡ଼ ଗ୍ରହମାନେ ମଧ୍ୟ ପରସ୍ପରକୁ ଆକର୍ଷଣ କରୁଅଛନ୍ତି ସୁର୍ଯ୍ୟକୁ କେନ୍ଦ୍ର କରି ବୁଲୁଥିବା ଗ୍ରହ ଓ ନକ୍ଷତ୍ରମାନଙ୍କୁ ନେଇ ସୌରଜଗତ ହୋଇଅଛି ଆମ ପୃଥବୀ, ସୂର୍ଯ୍ୟ, ଚନ୍ଦ୍ର, ବୁଧ, ବୃହସ୍ପତି, ମଙ୍ଗଳ, ଶନିଙ୍କୁ ଘେନି ଯେଉଁପରି ଗୋଟିଏ ସୌରଜଗତ, ଏହିପରି ଅସଂଖ୍ୟ ସୌରଜଗତ ମାଳମାଳ ହୋଇ ଶୂନ୍ୟମାର୍ଗରେ ନିୟତ ବୁଲୁଅଛନ୍ତି ଖାଲି ଆଖିରେ ଦେଖା ଯାଉଥିବା ନକ୍ଷତ୍ରମାନେ ମଧ୍ୟ ଶୁନ୍ୟରେ ଅନନ୍ତ ଦୂରରେ ଥିବା ଗୋଟିଏ ଗୋଟିଏ ସୂର୍ଯ୍ୟ ଓ ତାଙ୍କ ଚାରିପାଖେ ଯେଉଁ ଗ୍ରହମାନ ବୁଲୁଛନ୍ତି, ସେମାନେ ଉକ୍ତ ସୁର୍ଯ୍ୟଙ୍କଠାରୁ ସାନ ହେବାରୁ ଆମ ଖାଲି ଆଖିରେ ଦିଶନ୍ତି ନାହିଁ ପୁଣି ଗ୍ରହମାନଙ୍କୁ କେନ୍ଦ୍ର କରି ତାଙ୍କ ଚାରିପାଖେ ଯେଉଁ ଜ୍ୟୋତିଷ୍କମାନେ ବୁଲୁଛନ୍ତି, ତାଙ୍କୁ ଉପଗ୍ରହ ବୋଲାଯାଏ ଆମ ପୃଥବୀ ଚାରିପାଖେ ମଧ୍ୟ ସେହିପରି କେତେଗୋଟି ଲେଖାଏଁ ଚନ୍ଦ୍ର ମଧ୍ୟ ବୁଲୁଅଛନ୍ତି ସେ ଉପଗ୍ରହମାନେ ଦୁରବୀକ୍ଷଣଯନ୍ତ୍ରଦ୍ୱାରା ଦେଖା ପଡ଼ନ୍ତି ଧ୍ରୁବକୁ କେନ୍ଦ୍ର କରି ନକ୍ଷତ୍ରମାନେ ପୂର୍ବରୁ ପଶ୍ଚିମକୁ ଗତି କରୁଅଛନ୍ତି ବୋଲି ଜଣାଯାଏ କିନ୍ତୁ ଗ୍ରହମାନଙ୍କ ଗତି ନକ୍ଷତ୍ରମାନଙ୍କ ପରି ନିୟମିତ ନୁହେ ଗ୍ରହମାନେ ପୂର୍ବରୁ ପଶ୍ଚିମକୁ ବୁଲୁ ବୁଲୁ ପୁଣି ଦିନା— କେତେ ପଶ୍ଚିମରୁ ପୂର୍ବକୁ ଗଲାପରି ଦେଖାଯାଆନ୍ତି ଓ କେବେ କେବେ ବଙ୍କା ହୋଇ ଗତି କରିବାର ମଧ୍ୟ ଦେଖାଯାନ୍ତି ଏହାକୁ ଗ୍ରହମାନଙ୍କର ଅତିଚାର (ବକ୍ରଗତି) ବୋଲାଯାଏ ଗ୍ରହମାନଙ୍କର ଆକାର, ଦୁରତ୍ୱ ଓ ସୂର୍ଯ୍ୟଙ୍କ ଚାରିଆ଼ଡ଼େ ଥରେ ଘୁରିବାର କାଳ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜ୍ୟୋତିଷୀମାନେ ଗଣନଦ୍ୱାରା ସ୍ଥିତ କରିଅଛନ୍ତି ହିନ୍ଦୁ ଜ୍ୟୋତିଷ ମତରେ ଗ୍ରହ ୯ ଗୋଟି ଯଥା ===

୧. ସୂର୍ଯ୍ୟ (ରବି) —୧. The Sun.
୨. ଚନ୍ଦ୍ର (ସୋମ) —୨. The moon.
୩. ମଙ୍ଗଳ —୩. Mars.
୪. ବୁଧ —୪. Mercury.
୫. ବୃହସ୍ପତି (ଗୁରୁ) —୫. Jupiter.
୬. ଶୁକ୍ର —୬. Venus.
୭. ଶନି —୭. Saturn.
୮. ରାହୁ — ୮. Ascending node; the dragon's head.


୯. କେତୁ — ୯. Descending node; the dragon's jail.

ପ୍ରକୃତରେ ରାହୁ ଓ କେତୁ ଗ୍ରହ ନୁହଁନ୍ତି ଏହା ପୃଥିବୀର ଛାୟା ଏହା ଛଡ଼ା ପାଶ୍ଚାତ୍ୟମାନେ ୟୁରେନ୍ସ୍ ଓ ନେପଚୂନ ନାମରେ ଆଉ ଦୁଇଟି ଗ୍ରହ ପାଇଅଛନ୍ତି ହିନ୍ଦୁ ଫଳିତଜ୍ୟୋତିଷ ମତରେ ପୃଥିବୀ ଉପରେ ଓ ମନୁଷ୍ୟ ଉପରେ ଗ୍ରହମାନଙ୍କ ପ୍ରଭାବ ପଡ଼େ ଓ ଗ୍ରହମାନଙ୍କୁ ନାନା ବର୍ଣ୍ଣ, ଜାତି ଓ ପ୍ରଭାବ ବିଶିଷ୍ଟ ବୋଲି ବର୍ଣ୍ଣନା କାରାଯାଇଛି ]

୬. ଚନ୍ଦ୍ର ବା ସୂର୍ଯ୍ୟାଦିଙ୍କ ଗ୍ରହଣ —୬. Eclipse.
୭. ଜବରଦସ୍ତି ଶତ୍ରୁଠାରୁ ନିଆଯିବା ବସ୍ତୁ — ୭. Booty; spoil.
୮. ଜବରଦସ୍ତି ଛଡ଼ାଇନେବା — ୮. Capturing; robbling; stealing.
୯. ନୈକଟ୍ୟ —୯. Vicinity; propinquity.
୧. ଶିଶୁମାନଙ୍କୁ ଆକ୍ରମଣ କରିବା ଭୂତଯୋନିବିଶେଷ — ୧୦. A class of evil spirits attacking children and producing convolutions.

୧୧: ଉତ୍ସାହ; ରଣୋଦ୍ୟମ — ୧୧. Preparation for battle.

୧୨: ଉଦ୍ଦେଶ୍ୟ —୧୨. Purpose; design.

୧୩: (ସଂଗୀତରେ) ପ୍ରାରମ୍ଭିକ ଆଳାପର ସ୍ୱର — ୧୩. Setting to tune before singing.

୧୪: ଅଧ୍ୟବସାୟ — ୧୪. Perseverance; renacity.

୧୫: ଗ୍ରହବୈଗୁଣ୍ୟ —୧୫. Ill lick; misfortune.

୧୬: ଅନୁଗ୍ରହ —୧୬. Favour; patronage.

୧୭: ମଗରଚ ଗ୍ରାହଚ କୁମ୍ଭୀର —୧୭. Shark; crocodile.

୧୮: (ଗ୍ରହମାନଙ୍କ ସଂଖ୍ୟା ନଥିବାରୁ) ନବ ସଂଖ୍ୟା — ୧୮. The number nine.

୧୯: ଗୃହ —୧୯. House; residence.

୨. ଅଣକ —୨୦. Ladle.

୨୧: ପାତ୍ର —୨୧. Receptacle; vessel.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ବିବାଦ —Quarrel; dispute.

ଦୟାହୃଦୟା ସେ ରାମା ଘେନ ମନକୁ ଗ୍ରହ ତେଜି ଅନୁଗ୍ରହ କଲା ତାହାକୁ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ