ଘଟକ

ଉଇକିଅଭିଧାନ‌ରୁ

ଘଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଘଟକୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଘଟ୍ ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ସମ୍ପାଦକାରୀ —୧. Accomplishing.
୨. ଘଟଣାକାରୀ; ଯେ ଘଟାଇଦିଏ — ୨. Bringing about a thing; causing a thing to happen.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଯେ ବର କନ୍ୟା ମଧ୍ୟରେ ବିବାହ ସମ୍ୱନ୍ଧ ଘଟନା କରେ; ବିବାହରେ ମଧ୍ୟସ୍ଥ ଲୋକ; ଭଲଲୋକ — ୧. Match-maker; negotiator in matrimonial alliances.
୨. ଯେଉଁ ବୃକ୍ଷର ପୁଷ୍ପ ଦେଖା ନ ଯାଇ ଫଳ ଫଳେ (ଡିମ୍ୱିରି ପ୍ରଭୃତି); ବନସ୍ପତି —୨. A tree that produces fruits without apparent flowers.
୩. ଯେଉଁ ବ୍ୟକ୍ତି କୃସିନାମା ତିଆରି କରେ — ୩. A geneologist.
୪. ଭେଟା; ଯେଉଁ ବ୍ୟକ୍ତି ପ୍ରେମିକ ପ୍ରେମିକଙ୍କୁ ଭେଟାଏ — ୪. A go-between; a pander; bawd.
୫. ଦଲାଲ —୫. A commission-agent; broker.
୬. (ଘଟ+ସ୍ୱାର୍ଥେ. କ)—ଘଟ; ମାଠିଆ; ଜଳକୁମ୍ଭ — ୬. Water-jar.
୭. ଶରୀର; ଦେହ —୭. Body.