ଘଣ୍ଟ ଘୋଡ଼ାଇ ରଖିବା

ଉଇକିଅଭିଧାନ‌ରୁ

ଘଣ୍ଟ ଘୋଡ଼ାଇ ରଖିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)

ଦେଶଜ - କ୍ରିୟାପଦ -[ସମ୍ପାଦନା]

କୌଣସି ବ୍ୟକ୍ତିକୁ ସମ୍ପୁର୍ଣ୍ଣରୂପେ ଆପଦରୁ ରକ୍ଷା କରିବା (ଘଣ୍ଟତଳେ ରଖିବା ପ୍ରକାରେ) —To protect a person fully or completrly from danger (as if keeping him inside an upturned bell).

[ଦ୍ରଷ୍ଟବ୍ୟ —ପ୍ରବାଦ ଅଛି ଯେ ମହାଭାରତ ଯୁଦ୍ଧରେ ଗୋଟିଏ ଭରତିଆ ଚଢ଼େଇ ଯୁଦ୍ଧକ୍ଷେତ୍ରରେ ଡ଼ିମ୍ୱ ପାରିଥିଲା ତାହା ଉପରେ ରକ୍ତନଦୀ ବୋହିଲେ ଡ଼ିମ୍ୱଟି ନଷ୍ଟ ହୋଇଯିବ ଏହି ଆଶଙ୍କାରେ ପକ୍ଷିମାତା ପ୍ରଭୁଙ୍କୁ ସ୍ମରଣ କରିବାରୁ ପ୍ରଭୁ କୂଟ କଲେ ଯେ ଯୁଦ୍ଧକ୍ଷେତ୍ରରେ ଅଶ୍ୱତ୍ଥାମା ହାତୀର ବେକରୁ ଘଣ୍ଟିଟି ଛିଣ୍ଡି ସେହି ଡ଼ିମ୍ୱକୁ ଆବୃତ୍ତ କରି ପଡ଼ି ରହିଲା ଓ ଘଣ୍ଟି ଉପରେ ସାତତାଳ ଗଭୀର ରକ୍ତ ନଦୀ ବୋହିଗଲା, ତଥାପି ଘଣ୍ଟଘୋଡ଼ାଇ ହୋଇ ଥିବାରୁ ଡ଼ିମ୍ୱଟି ଅକ୍ଷୁର୍ଣ୍ଣ ରହିଲା ଓ କାଳକ୍ରମେ ଡ଼ିମ୍ୱରୁ ଛୁଆ ହେଲା ଯୁଦ୍ଧ ପରେ ଲୋକେ ଯୁଦ୍ଧକ୍ଷେତ୍ରରୁ ଘଣ୍ଟିଟି ଟେକି ଦେବାରୁ ତହିଁ ଭିତରେ ଥିବା ଛୁଆଟି ଉଡ଼ିଗଲା ଏହି ପ୍ରବାଦ ଯୋଗୁଁ ଲୋକେ ଏ ବଚନ ବ୍ୟବହାର କରିନ୍ତି ଏହା ସାରଳା ମହାଭାରତ ଦ୍ରୋଣ— ପର୍ବରେ ଅଛି]