ଘର

ଉଇକିଅଭିଧାନ‌ରୁ

ଘର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଗୃହ; ଭବନ —୧. House.
୨. ପ୍ରକୋଷ୍ଠ —୨. Room; compartment.
୩. ବାସସ୍ଥାନ —୩. Abode, home; residence.

ହେ ନାରାୟଣ ଭୂତେଶ୍ୱର ପ୍ରାଣିହୃଦୟ ତୋର ଘର ଜଗନ୍ନାଥ. ଭାଗବତ

୪. କୌଣସି ଜୀବର ଆଶ୍ରୟସ୍ଥାନ; ଶାଳା — ୪. Refuse; shelter.

(ଯଥା—ଘୋଡ଼ାଘର)

୫. ବିଶେଷ କାର୍ଯ୍ୟପାଇଁ ବ୍ୟବହୃତ ପ୍ରକୋଷ୍ଠ — ୫. Room or compartment set a part or a particular use or purpose.

(ଯଥା—ଶୋଇବା ଘର; ଖାଇବା ଘର; ରୁଷେଇ ଘର)

୬. ପରିବାର; ବଂଶ; କୁଳ —୬. family

ତୁମ୍ଭେ ଧନବନ୍ତ ଘର କୁମର ହୋଇ—କବିସୂର୍ଯ୍ୟ. ସଙ୍ଗୀତ

୭. ଉଚ୍ଚ ବଂଶ; ଉଚ୍ଚ କୁଳ — ୭. High family.

ଘର ଦେଖି ଦେଇ କି, ବର ଦେଖି ଦେଇ—ଢଗ

୮. ଧନୀ ପରିବାର —୮. A rich family.
୯. ଘରକରଣା; ସଂସାର — ୯. House-hold; domestic world.

(ଯଥା—ଘରେ ନ ଥାଏ ଭୂରୁଭୂକା, ପଦିଆ କରୁଛି ଠାକୁର ପୂଜା—ଢଗ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସ୍ଥାନ —Place.

(ଯଥା—ରୋଗର ଘର; ଅନିଷ୍ଟର ଘର)

୨. ପାରିବାରିକ ଉତ୍ସବ ବା ଅନୁଷ୍ଠାନ —୨. A family. ceremony; a ceremonial occasion.

(ଯଥା—ବିଭାଘର, ବ୍ରତଘର, ଆଶୀର୍ବାଦଘର, ଶ୍ରୀଦ୍ଧଘର)

୩. ମୂଳ; ନିଦାନ —୩. Root; cause.

ଯେ ସର୍ବ ଯଜ୍ଞ ବସ୍ତୁ ସାର, ସର୍ବ ସୌଭାଗ୍ୟର ଯେ ଘର—ଜଗନ୍ନାଥ. ଭାଗବତ

୪. ଲୁଗାରେ ବୁଣା ହୋଇଥିବା ସୂତାର ଚାରିକୋଣିଆ ଫାଙ୍କ; ଘରା —୪. Square grooves or inter- stics between the threads of a cloth.

(ଯଥା—ତଉଲିଆର ଘର)

୫. ପାଳିତ ହାତୀଘୋଡ଼ାଙ୍କର ସଂଖ୍ୟା —୫. Number of elephants or horses belonging to a person.

(ଯଥା—ଆମ ରଜାଙ୍କର ଦୁଇଘର ହାତୀ ଅଛନ୍ତି)

[ଦ୍ରଷ୍ଟବ୍ୟ —ହାତୀ ଘୋଡ଼ା ବହୁମୂଲ୍ୟର ଜୀବ ହୋଇଥିବାରୁ ଲୋକେ ଏତେ ଗୋଟା ହାତୀ ବା ଘେଡ଼ା ନ କହି ଏତେ ଘର ହାତୀ ବା ଘୋଡ଼ା ବୋଲି କହନ୍ତି]

୬. କୌଣସି ସ୍ଥାନବାସୀ ପରିବାରଙ୍କ ସଂଖ୍ୟା — ୬. Number of families resident in a place.

(ଯଥା—ରାଜା ପୁରୀ ଜିଲ୍ଲାରୁ ଦଶଘର ବ୍ରାହ୍ମଣ ଅଣାଇ ଗଡ଼ରେ ଗୋଟିଏ ଶାସନ ବସାଇଛନ୍ତି)

୭. (ଲକ୍ଷଣାର୍ଥ) ଆଧାର —୭. (figurative) Receptacle.

ତୁ ନାଥ ଅଖିଳ ଠାକୁର ପରମ ମଙ୍ଗଳ ଘର—ଜଗନ୍ନାଥ, ଭାଗବତ

୮. ନିଜର ସ୍ତ୍ରୀ —୮. One's wife.

[ଦ୍ରଷ୍ଟବ୍ୟ —ସଂସ୍କୃତରେ ମଧ୍ୟ ଗୃହଣୀକୁ ଗୃହ ବୋଲାଯାଏ]

୯. ଆପାଣା ବାସସ୍ଥାନର ଚତୁଃସାମା ମଧ୍ୟସ୍ଥ ସ୍ଥାନ; ଘରବାଡ଼ି — ୯. Homestead; premises.

(ବାହାର—ବିପରୀତ)

୧୦. ବୁଣାଯିବା ଜାଲର ଦୁଇଟି ପନ୍ତି ମଧ୍ୟସ୍ଥ ଫାଙ୍କ — ୧୦. Space between two rows of strings of a net.