ଘରଝିଅ

ଉଇକିଅଭିଧାନ‌ରୁ

ଘରଝିଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଘର+ଦୁହିତା)[ସମ୍ପାଦନା]

ଯେଉଁ ଦାସୀମାନେ ବାଲ୍ୟାବସ୍ଥାରୁ ରଜାଙ୍କ ଉଆସରେ ଲାଳିତପାଳିତ ହୋଇ ରାଜବଂଶର ଚିରଦାସୀରୂପେ ଉଆସରେ ରହନ୍ତି —Maid-servants who are brought up as such from chidhood in a Raja's harem.

[ଦ୍ରଷ୍ଟବ୍ୟ —ଓଡ଼ିଶା ଗଡ଼ଜାତର ରାଜାମାନଙ୍କ ଉଆସରେ ରାଣୀମାନଙ୍କ ସେବା କରିବା ସକାଶେ ରାଜ୍ୟରୁ ଓ ସୁବିଧାକ୍ରମେ ରାଜ୍ୟ ବାହାରୁ ଗୁଡ଼ିଏ କନ୍ୟାଙ୍କୁ ଆଣି ରାଜାମାନେ ବାଲ୍ୟାକାଳରୁ ଉଆସରେ ରଖନ୍ତି ସେମାନେ ଲୋକଦୃଷ୍ଟିରେ ଚିରକୌମାର୍ଯ୍ୟବ୍ରତ ଧାରଣକରି ଥାଆନ୍ତି ଓ ରାଜାଙ୍କ ପରିବାରର ବ୍ୟକ୍ତି ବୋଲି ପରିଗଣିତ ହୁଅନ୍ତି; ଏପରି କି, ରାଜାମାନେ ମୃତ ହେଲେ ସେମାନେ ଅଶୌଚ ପାଳନ କରନ୍ତି ଏମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ରାଜାଙ୍କର ଓ ରାଜକୁମାରଙ୍କର ପ୍ରଣୟପାତ୍ର ହୁଅନ୍ତି]