ଘର୍ଘର

ଉଇକିଅଭିଧାନ‌ରୁ

ଘର୍ଘର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଧ୍ୱନ୍ୟନୁକରଣ ବା ଘୃ ଧାତପ ଯଙ୍ ଲୁଙନ୍ତ ଘର୍ଘ= ଶବ୍ଦ— ବିଶେଷ+ ରା ଧାତୁ+ ଅ; ତୁଳ ଇଂ ଗର୍ଲ୍ଲ୍)[ସମ୍ପାଦନା]

୧. ଚକ୍ରାଦିର ଘର୍ଷଣଜନିତ ଶବ୍ଦ; ଘଡ଼ଘଡ଼ି ଶବ୍ଦ — ୧. Creaking; cracking; ratting sound produced by friction.

ଚକ୍ରର ଘର୍ଘରେ, ବାଜିରାଜି ହ୍ରେଷାରବେ—ରାଧାନାଥ. ମହାଯାତ୍ରା

୨. ମେଘଗର୍ଜନର ଶବ୍ଦ — ୨. Rumbling sound of clouds.
୩. ଅନୁଚ୍ଚ ଘର୍ଘର୍ ଧ୍ୱନି — ୩. Gurgling or purring sound.
୪. ଶ୍ଳେଷ୍ନାଜନିତ ଗଳାର ଘଡ଼ଘଡ଼ି ଶବ୍ଦ — ୪. Rattling sound produced in the throat due to accumulation of phlegm.
୫. ଶଗଡ଼ିଲଗା କବାଟ; ଖଡ଼ଖଡ଼ି —୫. Sliding door.
୬. ଗୋଳମାଳ; କୋଳାହଳ —୬. Noise; ado.
୭. ଦ୍ୱାର —୭. Door.
୮. ଫାଟକ —୮. Gate.
୯. ହାସ୍ୟ —୯. Mirth; laughter.
୧. ପାର୍ବତ୍ୟ ପଥ —୧୦. Hilly road.
୧୧. ଗିରିସଂକଟ —୧୧. Mountain-pass.
୧୨. ପେଚକ —୧୨. Owl.
୧୩. ତୁଷାନଳ —୧୩. Fire of husks or straw; fire of chaff.
୧୪. ଘର୍ଘରା; ଅଯୋଦ୍ଧା ବଟେ ରହୁଥିବା ସରଯୁ ନଦୀ — ୧୪. The river Sarajū (flowing by Oudh)
୧୫. ଏକପ୍ରକାର ବୀଣା; ଧୁଡ଼ୁକୀ —୧୫. A kind of rattling harp.
୧୬. ତାଳ ଦିଆ ଯିବାରେ ବ୍ୟବହୃତ ପ୍ରାଚୀନ କାଳର ବାଦ୍ୟ— ବିଶେଷ (ହିନ୍ଦୀ - ଶବ୍ଦସାଗର) —୧୬. A musical insrument used in ancient India for beating time to music.

ବିଶେଷଣ -[ସମ୍ପାଦନା]

୧୭. ଘଡ଼ ଘଡ଼ ଶବ୍ଦ କରୁଥିବା —୧୭. Producing a rattling or hoarse sound.

ଘୋର ଘର୍ଘର ଘୋଷେ ପୂରି କାନନ ମଧୂସୂଦନ ସୀତାବନବାସ