ଘାଟ

ଉଇକିଅଭିଧାନ‌ରୁ

ଘାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଘଟ୍ ଧାତୁ ଣିଜନ୍ତ ଘାଟି ଧାତୁ=ହିଂସା କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଗ୍ରୀବା; ବେକେ —୧. Neck; back of the neck.
୨. ଘଟ; କୁମ୍ଭ —୨. A pitcher.
୩. ନଈଘାଟ; ଯେଉଁଠାରେ ନିଈଆଦି ପାରିହେବା ପାଇଁ ଲୋକେ ଡଙ୍ଗାରେ ଚଢ଼ନ୍ତି ଓ ଡଙ୍ଗାରୁ ଉତୁରନ୍ତି — ୩. A landing place; ferry-ghat.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ୍ଟ)[ସମ୍ପାଦନା]

୧. ବନ୍ଦର; ସମୁଦ୍ରକୂଳରେ ଜାହାଜ ଲାଗିବା ସ୍ଥାନ —୧. A ' port.
୨. ତୋଠ; (ଜଳାଶୟର କୂଳରେଥିବା) ସ୍ନାନ କରିବାର ସ୍ଥାନ —୨. Bathing ghat.

ଖଣା କଣ୍ଟା ନ ଥିବା ଜଳଘାଟ, ଏମନ୍ତ ବାଟରେଟି ନେବ ନିଜି ଥାଟ କୃଷ୍ଣସିଂହ ମାହାଭାରତ ଶାନ୍ତିପର୍ବ

୩. ଜଳାଶୟକୁ ସ୍ନାନ କରିବାକୁ ଯିବା ପାବଚ୍ଛ ବା ସୋପାନା- ବଳି —୩. Flight of steps leading to a bathing ghat.
୪. ଗିରିସଙ୍କଟ; ଦୁଇପାଖେ ପର୍ବତ ଥିବା ସଂକୀର୍ଣ୍ଣ ପଥ — ୪. Mountain-pass.
୫. ନଗର ବା ଦୁର୍ଗର ତୋରଣ — ୫. Castle-gate; town-gate.
୬. ଯେଉଁଠାରେ ଶୁଳ୍କ ଅସୁଲ ହୁଏ —୬. Toll- gate.
୭. ପର୍ବତ —୭. Mountain.

(ଯଥା—ପୂର୍ବଘାଟ, ପଶ୍ଚିମଘାଟ)

୮. ଦାଗ; ଦୋଷ; କଳଙ୍କ —୮. Defect; stain.
୯. ଗୁର୍ଗମ ସ୍ଥାନ —୯. Impassable place.
୧. ଦୁଃସହ ଘଟଣା —୧୦. Misfortune.
୧୧. ଜୀବନର ପ୍ରଧାନ ଘଟଣା — ୧୧. Critical event of life; crisis.
୧୨. ସୀତାର ପ୍ରଭୃତି ବାଦ୍ୟଯନ୍ତ୍ରର ଏକ ଏକ ବିଭକ୍ତ ଅଂଶ — ୧୨. The part between the bridges of a stringed musical instrument (e. g guitar).
୧୩. ଘାଟକଉଡୢ; ଘାଟମାସୁଲ —୧୩. Ferry-hire.

ଜଗଲେ ନିତି ଯମୁନା ବାଟ ପାଣି ଆଣିବାକୁ ଲାଗେ ଘାଟ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ପାଣିକୂଳକୁ ବନ୍ୟ ଦନ୍ତୁମାନେ ପାଣି ପିଇବାକୁ ଆସନ୍ତି ବୋଲି ଶିକାରୀମାନଙ୍କୁ ଜଣା ଓ ଯେଉଁ ସ୍ଥାନକୁ ଉଣ୍ଡି ଶିକାରୀମାନେ ପାଣି ଖାଇବାକୁ ଆସିବା ଜନ୍ତୁମାନଙ୍କୁ ଶିକାର କରନ୍ତି — ୧. The place at the edge of a river or tank where wild beasts are known to the hunters to come to have a drink.
୨. ବନ୍ୟଜନ୍ତୁଙ୍କୁ ଲୋକେ ଚାରିଆଡ଼ୁ ଘେରି ହୁରୁଡ଼ାଇ ଆଣିଲେ ସେମାନେ ଯେଉଁ ନିର୍ଦ୍ଦିଷ୍ଟବାଟେ ଯିବେ ବୋଲି ଆଗରୁ ଜଣାଥାଏ —୨. The place which is known beforehand by the hunters to be the passage where wild beasts must cross after a drive.