ଘାରିବା

ଉଇକିଅଭିଧାନ‌ରୁ

ଘାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ ଧାତୁ)[ସମ୍ପାଦନା]

୧. (ସକର୍ମକ) ଘୂର୍ଣ୍ଣନ କରାଇବା; ଘୁରାଇବା — ୧. To cause a thing to whirl.
୨. (ଅକର୍ମକ) ଘୁର୍ଣ୍ଣିତ ହେବା —୨. To reel.

ବିଷରୁ ବିଷମ ସ୍ଥୂଳଜଂଘ ଶର ଘାରିବେ ଶିବ ହୋଇଲେ— ଭଞ୍ଜ. ବୈଦେହୀଶବିଳାସ

୩. (ଅକର୍ମକ) ଘାଲିବା; ନିଦ୍ରାଯୁକ୍ତ ହେବା; ଢୁଳାଇବା — ୩. To dose; to nob.

ଧନୁଶର ଧରି ସିଚିତ୍ରାନନ୍ଦନ ସେହୁ ଘାରିଲେ— ବିଶ୍ୱନାଥ. ବିଚିତ୍ରରାମାୟଣ

୪. (ସକର୍ମକ) ଘାରି ପକାଇବା (ଦେଖ) - ୪. Ghāri pakāibā (See)

ଏ ବଡ଼ ବିଷମ ବିଷ! ଯାଇ ତୀବ୍ର ତେଜ ଅନ୍ୟେ ଘାରି ତହୁଁ ଦୁଷ୍ଟ ଆପେ ହୁଏ ଘାରି—ରାଧାନାଥ. ମହାଯାତ୍ରା!

୫. (ସକର୍ମକ) ମୋହିତ କରିବା; ସଂଜ୍ଞାହୀନ ବା ଅଚେତନ କରିବା —୫. To enchant; to fascinate; to cause loss of sensation.

ଘାରି ଦେଲୁ କି ରସେ—କବିସୂର୍ଯ୍ୟ ସଙ୍ଗୀତ

୬. (ଅକର୍ମକ) (ନିଦ୍ରା, ମୋହ ଆଦିଦ୍ୱାରା) ଅଭିଭୂତ ହେବା —୬. To be overpowered (with drowsiness).
୭. (ସକର୍ମକ) ମୁଣ୍ଡ ବା ଦେହକୁ ଘୁରାଇବା ବା ବୁଲାଇବା —୭. To cause the body or head to reel or spin round.
୮. (ସକର୍ମକ)—ମୁଗ୍ଧ କରିବା —୮. To charm.
୯. (ସକର୍ମକ)— ଉନ୍ନତ୍ତ କରିବା — ୯. To madden.
୧. (ସକର୍ମକ) —ଉତ୍ତେଜିତ କରିବା — ୧୦. To excite.

=== ପ୍ରାଦେଶିକ - (ସମ୍ୱଲପୁର) କ୍ରି.

(ଚନ୍ଦନ) ଘୋରିବା —To rub.

[ଦ୍ରଷ୍ଟବ୍ୟ —ଘାରିବା କ୍ରିୟାର ଅସମାପିକା ସଙ୍ଗେ କର୍ତ୍ତୃବାଚ୍ୟରେ ହେବା, ପକାଇବା ଓ କର୍ମବାଚ୍ୟରେ ହେବା କ୍ରିୟା ଯୁକ୍ତ ହୁଏ]